ଅଧିକାଂଶ ସମୟ ଦେଖା ଯାଇଥାଏ ଯେ ଆମେମାନେ ଯେତେ ପଇସା ସଂଚୟ କରିବାକୁ ଚାହିଁଲେ ମଧ୍ୟ କରିପାରି ନଥାଉ l ଆଉ କେତେବେଳେ ଧନର ଆଗମନ ମଧ୍ୟ ବନ୍ଦ ହୋଇ ଯାଇଥାଏ l ଯଦି ଆପଣଙ୍କ ସହିତ ଏଭଳି କିଛି ଘଟୁଛି ତେବେ ଆପଣ ନିଜ ଚିନ୍ତାକୁ ଦୂର କରିବା ପାଇଁ ଧନର ଦେବୀ ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କୁ ମଧ୍ୟ ଆରାଧନା କରିପାରିବେ l ଗୁରୁବାର ଦିନ କିଛିଟା ଉପାୟ କରି ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି ଏହି ଅସୁବିଧାକୁ ଦୂର କରି ପାରିବେ l ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ କିଛିଟା ଉପାୟ ଆପଣାଇବା ନିହାତି ଜରୁରୀ ଅଟେ l
* ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କର ପ୍ରିୟ ଅଟେ ନଡ଼ିଆ ,ଏହିଦିନ ନଡ଼ିଆରେ ହଳିଦିଅ ରଙ୍ଗର କପଡା ଗୁଡ଼ାଇ ସେଥିରେ ଗୋଟିଏ ଗୁଆ ବାନ୍ଧି ରଖନ୍ତୁ l ଏହା ପରେ ମିଠା ଜିନିଷ ଭିତରେ କିଛି ପ୍ରସାଦ ନେଇ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ମନ୍ଦିରରେ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ୭ଟି ଗୁରୁବାର ନିୟମିତ ଭବରେ ଏଭଳି କରିବା ଦ୍ୱାରା ଶ୍ରୀ ହରି ଓ ଲକ୍ଷ୍ମୀଙ୍କର ଆଶୀର୍ବାଦ ଲାଭ ହେବ ଓ ଧନ ସମ୍ବଧୀୟ ଅସୁବିଧା ଦୂର ହେବ l
* ସବୁବେଳେ ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଯୁଗଳ ମୂର୍ତି କିମ୍ବା ଫଟୋକୁ ପୂଜା କରିବା ଆବଶ୍ୟକ l ଲକ୍ଷ୍ମୀଙ୍କୁ ଆପଣ ଗୁରୁବାର ଛଡା ଅନ୍ୟ ଦିନରେ ମଧ୍ୟ ପୂଜା କରି ପାରିବେ l 5ମଙ୍ଗଳବାର ଦିନ ନଡ଼ିଆରେ ନାଲି ସୁତା ଗୁଡ଼ନ୍ତୁ l ଏହା ପରେ ସିଂଦୁରରେ ଘିଅ ମିଶାଇ ଏହି ନଡ଼ିଆ ଉପରେ ସ୍ୱସ୍ତିକ ଚିହ୍ନ କରି ଲକ୍ଷ୍ମୀଙ୍କ ପାଦତଳେ ରଖି ଦିଅନ୍ତୁ l ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହେବ ସହିତ ଧନ ସମ୍ବଧୀୟ ଅସୁବିଧା ଦୂର ହେବ l
* ବାସ୍ତୁ ଅନୁସାରେ ମଧ୍ୟ ଲକ୍ଷ୍ମୀ ପୂଜାର ଅନେକ ମହତ୍ୱ ରହିଛି l ଘରର ବାସ୍ତୁଶାସ୍ତ୍ରରେ ସକାରାତ୍ମକ ସ୍ଥିତି ଥିଲେ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l କିଛି ନଡ଼ିଆ କତାରେ ନଡ଼ିଆ ପାଣି ବୋଲି ଘରର ଚାରି କୋଣରେ ରଖି ଦିଅନ୍ତୁ l ଆଉ କିଛି ନଡ଼ିଆ କତାକୁ ନେଇ ନଡ଼ିଆ ପାଣିରେ ବୁଡାଇ ଲକ୍ଷ୍ମୀଙ୍କ ପାଦ ନିକଟରେ ସମର୍ପଣ କରନ୍ତୁ l ଏହାପରେ ଏହି ନଡ଼ିଆ କତାକୁ କର୍ପୁର ସହିତ ଲକ୍ଷ୍ମୀଙ୍କ ଆଗରେ ଆଳତି କରନ୍ତି ଦେଖିବେ ଏହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଫେରିବା ସହିତ ଧନର ଅସୁବିଧା ମଧ୍ୟ ଦୂର ହେବ l
Comments are closed.