ହିନ୍ଦୁ – ମୁସଲମାନ ଏକତାର ସୁନ୍ଦର ପ୍ରତୀକ : ଶିବ ପୁରାଣ ଚର୍ଚ୍ଚା ପାଇଁ ସେୟଦ୍ ସୋଏବ ଖାଲି କରାଇଲେ ନିଜର ୬୦ ଏକର ଜମି
ମହାରାଷ୍ଟ୍ର ର ପରଭଣି ରେ ହିନ୍ଦୁ ମୁସଲମାନ ଏକତାର ବିରଳ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ ହିନ୍ଦୁ ଧର୍ମ ର କାର୍ଯ୍ୟକ୍ରମ ପାଇଁ ଗୋଟିଏ ମୁସଲମାନ ପରିବାର ନିଜର ୬୦ ଏକର ଜମି ଖାଲି କରି ଦେଇଛନ୍ତି । ଗୋଟିଏ ପଞ୍ଚ ଦିବସୀୟ ଶିବ ପୁରାଣ କାର୍ଯ୍ୟକ୍ରମ ପାଇଁ ଗୋଟିଏ ମୁସଲମାନ ପରିବାର ୬୦ ଏକର ଜମିରେ ହୋଇଥିବା ଫସଲ କାଟି ଖାଲି କରିଥିଲେ ।
ଘଟଣାଟି ହେଲା , ବିଜେପି ସାଂସଦ ସଞ୍ଜୟ ଯାଦବ ପାରଭଣି ଙ୍କ ଲକ୍ଷ୍ମୀ ନଗର ଅଞ୍ଚଳ ରେ ପାଞ୍ଚ ଦିନ ପାଇଁ ଶିବ ପୁରାଣ ଆୟୋଜନ କରିବା ପାଇଁ ଚାହୁଁଥିଲେ । ଏହି ଆୟୋଜନ ୧୩ ଜାନୁଆରୀ ରୁ ୧୭ ଜାନୁଆରୀ ମଧ୍ୟରେ ହେବାକୁ ଥିଲା । ଶିବ ପୁରାଣ କଥା ବାଚକ ପଣ୍ଡିତ ପ୍ରଦୀପ ନାରାୟଣ ମିଶ୍ର ଙ୍କ ର ଏହି କାର୍ଯ୍ୟକ୍ରମ ରେ ଅନେକ ଲୋକ ଏକତ୍ରିତ ହେବାର ଥିଲା । ଯାହାକୁ ଆଖି ଆଗରେ ରଖି ଗୋଟିଏ ବଡ ସ୍ଥାନ ର ଦେଖା ଚାହାଁ ହେଉଥିଲା ।
ମହାରାଷ୍ଟ୍ର ରେ ସୟେଦ ଙ୍କୁ ନେଇ ଚର୍ଚ୍ଚା :-
ଯେତେବେଳେ ଏହି କାର୍ଯ୍ୟକ୍ରମ ବିଷୟରେ ସୟେଦ ଜାଣିଲେ ସେ ନିଜର ୬୦ ଏକର ଜମିରୁ ଫସଲ କାଟି ଏହି ଜମି କୁ ସମତଳ କରି ଶିବ ପୁରାଣ ପାଇଁ ପ୍ରସ୍ତୁତ କରିଥିଲେ । ବର୍ତମାନ ସୟେଦ୍ ସୋଏବ ଙ୍କୁ ନେଇ ମହାରାଷ୍ଟ୍ର ରେ ଚର୍ଚ୍ଚା ଚାଲିଛି । ଏହା ହିନ୍ଦୁ ମୁସଲମାନ ଏକତାର ଚର୍ଚ୍ଚା ଅଟେ ।
ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ମାସରେ ଯେତେବେଳେ ମୁସଲମାନ ଧର୍ମ ର ଗୋଟିଏ କାର୍ଯ୍ୟକ୍ରମ ହୋଇଥିଲା ସେଥିରେ ହିନ୍ଦୁ ଭାଇ ମାନେ ଯୋଗଦାନ କରିଥିଲେ । ସାମାଜିକ କାର୍ଯ୍ୟକର୍ତ୍ତା ଅବଦୁଲ୍ କାଦିର୍ କହିଛନ୍ତି ଯେ ” ଯେତେବେଳେ ମୁସଲମାନ ମାନଙ୍କ କାର୍ଯ୍ୟକ୍ରମ ପାଇଁ ହିନ୍ଦୁ ଭାଇ ମାନେ ଯୋଗଦାନ କରିଥିଲେ , ତେବେ ମୁସଲମାନ କାହିଁକି କରିବେ ନାହିଁ।”
