ପ୍ରାୟ ସମସ୍ତଙ୍କ ଘରେ ଶ୍ରୀ ଯନ୍ତ୍ର ରହିଥାଏ । କିନ୍ତୁ ଆମ ମାନଙ୍କ ମଧ୍ୟରୁ କେହି ଜାଣି ନଥାଉ ଯେ ଏହାକୁ କିପରି ଘରେ ସ୍ଥାପନା କରିବୁ । ଶ୍ରୀ ଯନ୍ତ୍ର ମା ଲକ୍ଷ୍ମୀ ଙ୍କ ର ସବୁଠୁ ପ୍ରିୟ ଅଟେ । ଯଦି ଶ୍ରୀ ଯନ୍ତ୍ର ଠିକ୍ ଭାବରେ ସ୍ଥାପନା ହୋଇ ନଥାଏ ତେବେ ଏହାର ଓଲଟା ପ୍ରଭାବ ଜୀବନ ଓ ଭାଗ୍ୟ ଉପରେ ପଡ଼ିଥାଏ ।
* ଶ୍ରୀ ଯନ୍ତ୍ର ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଏହି ଯନ୍ତ୍ର ରେଖା ଓ ବିନ୍ଦୁ ଙ୍କ କୋଣ ରେ ତିଆରି ହୋଇଥାଏ । ଏହାଛଡା ଶ୍ରୀ ଯନ୍ତ୍ର କୁ ନେଇ କୁହାଯାଇଛି ଯେ ଯେତେବେଳେ ମଧ୍ୟ ଏହି ଯନ୍ତ୍ର ଟି କୁ ଘରକୁ ନେଇ ଆସୁଛନ୍ତି ମନରେ ସାତ୍ଵିକ ଭାବନା ନେଇ ଗୃହ କୁ ପ୍ରବେଶ କରନ୍ତୁ ଓ ମନରେ ପବିତ୍ରତା ରଖନ୍ତୁ ।
* ଯେଉଁଦିନ ଶ୍ରୀ ଯନ୍ତ୍ର ସ୍ଥାପନା କରିବେ ମା ଲକ୍ଷ୍ମୀଙ୍କ ନିକଟରେ ଗୋଟିଏ ନାଲି ରଙ୍ଗର କପଡ଼ା ବିଛାଇ ନିଅନ୍ତୁ । ଏହାପରେ ଗଙ୍ଗା ଜଳ ଓ ପଞ୍ଚାମୃତ ରେ ଶ୍ରୀ ଯନ୍ତ୍ର କୁ ସ୍ନାନ କରାଇ ନିଅନ୍ତୁ ।
* ଏହାପରେ ଶ୍ରୀ ଯନ୍ତ୍ର ଉପରେ ହଳଦିଆ ପୁଷ୍ପ , ହଳଦୀ , ଅରୁଆ ଚାଉଳ, ଦୁବ ଓ ବରକୋଳି ପତ୍ର ରଖନ୍ତୁ । ଏହାକୁ ଅର୍ପଣ କରିବା ସମୟରେ ମା ଲକ୍ଷ୍ମୀ ଙ୍କୁ ଧ୍ୟାନ କରିବା ନିହାତି ଜରୁରୀ ।
* ଏହାପରେ ଶ୍ରୀ ଯନ୍ତ୍ର ନିକଟରେ ଧୂପ , ଦୀପ ସହିତ ମା ଲକ୍ଷ୍ମୀଙ୍କ ମନ୍ତ୍ର ଓ ଦୁର୍ଗା ସପ୍ତଶତୀ ମନ୍ତ୍ର ନିହାତି ପାଠ କରନ୍ତୁ ।
* ଏହାଛଡା ନିୟମିତ ସ୍ଫଟିକ ମାଳି ରେ ଲକ୍ଷ୍ମୀ ମହାମନ୍ତ୍ର ଜପ କରନ୍ତୁ । ଯାହା ଆପଣଙ୍କ ମନକୁ ଶାନ୍ତ କରିବ ଓ ଜୀବନ ରେ ସୁଖ ସମୃଦ୍ଧି ପ୍ରଦାନ କରିବ ।
