Odisha news

ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବିଶେଷ କଏଦୀର ମାନ୍ୟତା ମାଗୁଛି ଆରଜେଡି: ଜେଡି(ୟୁ)

0

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ ପୁଣି ଥରେ ଦୁଇ ପ୍ରମୁଖ ରାଜନୈତିକ ଦଳ ଆରଜେଡି ଏବଂ ଜେଡି(ୟୁ) ମଧ୍ୟରେ ପୁଣି ପୋଷ୍ଟର୍ ଲଢ଼େଇ ଜାରି ରହିଛି ।
ବିହାରର ରାଜଧାନୀ ପାଟନା ସହରର ସବୁଠୁ ବ୍ୟସ୍ତବହୁଳ ଛକ ଆୟକର ବିଭାଗ ଛକ ନିକଟରେ ଜେଡି(ୟୁ) ପକ୍ଷରୁ ଏକ ବଡ଼ ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି ।
ରାଜ୍ୟର ବହୁ ଲୋକଙ୍କ ନଜର ଯେପରି ଏହି ପୋଷ୍ଟର୍ ଉପରେ ପଡ଼ିବ ସେଥିପାଇଁ ଏହି ଛକରେ ପୋଷ୍ଟର୍ ଲଗାଯାଇଛି । ପୋଷ୍ଟରର ଗୋଟିଏ ପଟେ ଜେଡି(ୟୁ) ବିହାରକୁ ବିଶେଷ ରାଜ୍ୟର ମାନ୍ୟତା ଦାବି କରୁଥିବା ଉଲ୍ଲେଖ କରାଯାଇଥିଲା ବେଳେ ଅନ୍ୟପଟେ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ମନ୍ତବ୍ୟ ଲେଖାଯାଇଛି । ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ, ଲାଲୁ ପ୍ରସାଦଙ୍କ ପାଇଁ ବିଶେଷ କଏଦୀର ମାନ୍ୟତା ମାଗୁଛି ଆରଜେଡି । ଏହି ପୋଷ୍ଟରକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି ।

Image result for jdu rjd poster war
image source-Hindustan Times

ସୂଚନାଯୋଗ୍ୟ, କିଛି ମାସ ଆଗରୁ ଆରଜେଡି ପକ୍ଷରୁ ବିହାର ସରକାର ବିରୋଧରେ ପୋଷ୍ଟର୍ ଲଗାଯାଇଥିଲା । ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଚୌକି ପ୍ରେମୀ ଜେଡି(ୟୁ) ସରକାର ବିହାରର ହତ୍ୟାକାରୀ । ଏହି ପୋଷ୍ଟରର ଜବାବରେ ଜେଡି(ୟୁ) ପକ୍ଷରୁ ଆରଜେଡିକୁ ଆକ୍ଷେପ କରାଯାଇ ଏହି ନୂଆ ପୋଷ୍ଟର୍ ଲଗାଯାଇଥିବା କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ଆଗାମୀ ଅକ୍ଟୋବର ମାସରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ ବୋଲି ସୂଚନା ମିଳିଛି।

Leave A Reply