ପୁରୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁଷ୍ଠାନର ୧୧ଜଣ ଛାତ୍ରୀ ମହିଳାଙ୍କ ୬ଟି ଶକ୍ତି ଦର୍ଶାଇଛନ୍ତି। ପୋଲିସ, ଆଇନଜୀବୀ, ପାଇଲଟ, କ୍ରୀଡାବିତ ଓ ଧାବିକାଙ୍କ ପାରଦର୍ଶିତାକୁ ବାଲୁକାକଳାରେ ପ୍ରଦର୍ଶିତ କରିଛନ୍ତି।

ଏହି ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମଧ୍ୟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ବିଭିନ୍ନ ଦେଶ, ଧର୍ମ,ଜାତିର ନାରୀମାନଙ୍କର ଚିତ୍ରଣ କରାଯାଇଛି। ନାରୀମାନଙ୍କୁ ସମାନ ଅଧିକାର ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୧୫ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ଟନ ବାଲି ବ୍ୟବହାର କରାଯାଇଛି।