ହିନ୍ଦୁ ଧର୍ମର ବିବାହିତ ନାରୀ ମାନଙ୍କର ପ୍ରତୀକ ହେଉଛି ମଥାର ସିନ୍ଦୁର l ଯାହା ଗୋଟିଏ ନାରୀକୁ ସମାଜରେ ରକ୍ଷା କରି ମୁଣ୍ଡ ଟେକି ଚାଲିବାରେ ସାହାଯ୍ୟ କରିଥାଏ l କିନ୍ତୁ ଆଜିକାଲି ମହିଳା ମାନଙ୍କର ସିନ୍ଦୁର ଲଗାଇବାର ଶୈଳୀ ରେ ପରିବର୍ତ୍ତନ ହୋଇ ଯାଇଛି l ଅଧିକାଂଶ ମହିଳା ମଥାରେ କେବଳ ସାମାନ୍ୟ ଗୋଟିଏ ଗାର ଟାଣି ସିନ୍ଦୁର ଲଗାଇ ଥାଆନ୍ତି l ସେମାନେ ଏହି କଥା ଜାଣି ନଥାଆନ୍ତି ଯେ ଏହାଦ୍ୱାରା ସେମାନଙ୍କ ଜୀବନ କିପରି ପ୍ରଭାବିତ ହୋଇଥାଏ l କାରଣ ମହିଳା ମାନଙ୍କର ସିନ୍ଦୁର ଲଗାଇବାର ଶୈଳୀ ସେମାନଙ୍କ ସ୍ୱାମୀ ମାନଙ୍କ ଉପରେ ଏହାର ପ୍ରଭାବ ପକାଇଥାଏ l
ତେଣୁ ସିନ୍ଦୁର ଲଗାଇବା ସମୟରେ କିଛିଟା କଥାକୁ ନିହାତି ଧ୍ୟାନ ରଖିବା ଆବଶ୍ୟକ –
– ଯଦି ଆପଣ ସିନ୍ଦୁର ଲଗାଇବା ସମୟରେ ସିନ୍ଦୁର ତଳେ ପଡି ଯାଉଛି ତେବେ ତାହାକୁ ସମ୍ମାନ ସହକାରେ ଉଠାଇ ପୋଛି ନିଅନ୍ତୁ, ନଚେତ ପାଦ ରେ ଲାଗିବ ଦ୍ୱାରା ସ୍ୱାମୀଙ୍କର ଯଶ ରେ ହାନି ହୋଇଥାଏ l
– ଯଦି ଆପଣ ମୁଣ୍ଡ ର ମଧ୍ୟ ଭାଗରେ ଥିବା ସିନଥି ସିନ୍ଦୁର ଲଗାଉଛନ୍ତି ତେବେ ଆପଣଙ୍କ ସ୍ୱାମୀ ଦୀର୍ଘାୟୁ ହେବେ l ଯଦି ଆପଣ ସାଇଡ ରେ ଲଗାଉଛନ୍ତି ତେବେ ଏହା ହିନ୍ଦୁ ପରମ୍ପରା ଅନୁସାରେ ଠିକ ନୁହେଁ l
– କଦାପି ଓଦା କେଶ ରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ଏହାଦ୍ୱାରା ଘରର ସୁଖ ଶାନ୍ତି ରେ ବାଧା ଉପୁଜି ଥାଏ l
– ଯେବେବି ସିନ୍ଦୁର ଲଗାଉଛନ୍ତି ମା ଲକ୍ଷ୍ମୀଙ୍କୁ ମନରେ ସ୍ମରଣ କରି ଲଗାନ୍ତୁ , ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ସ୍ୱାମୀଙ୍କୁ ଜୀବନ ରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l
– କୌଣସି ଅନ୍ୟ ମହିଳାର ସିନ୍ଦୁର ନିଜେ ଲଗାନ୍ତୁ ନାହିଁ, ଏପରି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥାଏ l
– ସିନ୍ଦୁରକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ l ତେଣୁ ଅଗାଧୁଆ କଦାପି ସିନ୍ଦୁର ଛୁଇଁବା ଉଚିତ ନୁହେଁ , ଏପରି କରିବା ଦ୍ୱାରା ଲକ୍ଷ୍ମୀ ଙ୍କ କୃପାରେ ବାଧା ଉପୁଜି ଥାଏ l
– ଯଦି ସମ୍ଭବ ହେଉଛି ତେବେ ପ୍ରତିଦିନ ଗାଧୋଇ ସାରି ସିନ୍ଦୁର ଲଗାଇବା ପୂର୍ବରୁ ପ୍ରଥମେ ତୁଳସୀଙ୍କୁ ଜଳ ଓ ସିନ୍ଦୁର ଅର୍ପଣ କରି ଲଗାଇବା ଦ୍ୱାରା ସ୍ୱାମୀଙ୍କ ରିଷ୍ଟ ଖଣ୍ଡନ ହୋଇଥାଏ l
