ଅଧିକାଂଶ ସମୟ ଅଧିକାଂଶ ଲୋକ ସାଇଲେଣ୍ଟ ହାର୍ଟ ଆଟାକ ର ସମୁଖୀ ହୋଇ ଥାଆନ୍ତି , କିନ୍ତୁ ଯାହାକୁ ସେମାନେ ଜାଣି ପାରି ନଥାଆନ୍ତି l ଛାତିରେ ହାଲୁକା ଯନ୍ତ୍ରଣା କିମ୍ବା ଅଚାନକ ଭାବରେ ଅଣନିଶ୍ୱାସୀ ଲାଗିବା ଭଳି ସମସ୍ୟା କୁ ସାଧାରଣ ଭାବରେ ନେବା ଉଚିତ ନୁହେଁ କିମ୍ବା ଅଣଦେଖା କରିବା ମଧ୍ୟ ଉଚିତ ନୁହେଁ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ପାଖାପାଖି ୪୫ ପ୍ରତିଶତ ଲୋକ ହାର୍ଟ ଆଟାକ ର କୌଣସି ଲକ୍ଷଣ ମିଳି ନଥିଲା କିନ୍ତୁ ସେମାନେ ସାଇଲେଣ୍ଟ ହାର୍ଟ ହାର୍ଟ ଆଟାକ ଦ୍ୱାରା ଆକ୍ରାନ୍ତ ହୋଇଥିଲେ l ବିନା କୌଣସି ସଂକେତ ରେ ଆଟାକ ହୋଇଯିବ l
ସାଇଲେଣ୍ଟ ହାର୍ଟ ଆଟାକ ର ଲକ୍ଷଣ –
– ଯଦି କୌଣସି ବ୍ୟକ୍ତିଙ୍କୁ ସାଇଲେଣ୍ଟ ହାର୍ଟ ଆଟାକ ହେଉଛି ତେବେ ସେମାନଙ୍କ ଛାତିରେ ଯନ୍ତ୍ରଣା ବଦଳରେ ଜଳା ହୋଇଥାଏ l ଏହା ସହିତ ଦୁର୍ବଳ ଓ ଥକା ଲାଗିଥାଏ l ଅଧିକାଂଶ ସମୟ ଆମେ ଏହାକୁ ଆଟାକ ବଦଳରେ ଏସିଡ଼ିଟି, ଡି ହାଇଡ୍ରେସନ, ଗ୍ୟାସ ଇତ୍ୟାଦି ଭାବିଥାଉ l
– ସାଇଲେଣ୍ଟ ହାର୍ଟ ଆଟାକ ଅଧିକାଂଶ ସମୟରେ ଏତେ ଭୟଙ୍କର ହୋଇ ଯାଇଥାଏ ଯେ ହାର୍ଟ ରେ ବ୍ଲଡ଼ ପହଂଚିବା କମ ହୋଇ ଯାଇଥାଏ l
– ଅଧିକାଂଶ ଲୋକ ସାଇଲେଣ୍ଟ ହାର୍ଟ ଆଟାକ ପୂର୍ବରୁ ନର୍ମାଲ ଲାଗିଥିଲେ ସୁଦ୍ଧା ଅଚାନକ ଭାବରେ ଅଣନିଶ୍ୱାସୀ ଲାଗି ଝାଳ ବାହାରି ଥାଏ l
ସାଇଲେଣ୍ଟ ହାର୍ଟ ଆଟାକ ର ଚିକିତ୍ସା –
– ଯଦି ଆପଣ କେବେ ଅନୁଭବ କରୁଛନ୍ତି ଏସିଡ଼ିଟି ପାଇଁ ଶରୀରରେ କୌଣସି ସମସ୍ୟା ଦେଖା ଯାଉଛି , ଥରେ ଡାକ୍ତରଙ୍କ ସହିତ ନିହାତି ପରାମର୍ଶ କରନ୍ତୁ l
– ଯଦି ଆପଣ ଜଣେ ହୃଦରୋଗୀ ତେବେ ନିଜ ଖାଦ୍ୟକୁ ବିଶେଷ ଧ୍ୟାନ ଦିଅନ୍ତୁ ଓ ନିଜ ଖାଦ୍ୟରେ ବିଶେଷ ଭାବରେ ପୋଷାକ ତତ୍ୱ ଓ ଫାଇବର ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ l
– ଯଦି ଆପଣଙ୍କର ରକ୍ତଚାପ ଜନିତ ସମସ୍ୟା ରହିଛି ତେବେ ନିୟମିତ ରକ୍ତଚାପ ଯାଞ୍ଚ କରନ୍ତୁ ଏବଂ ସାମାନ୍ୟ ଯୋଗାସନ ଓ ବ୍ୟାୟାମ କରନ୍ତୁ ଯାହାଦ୍ୱାରା ଆପଣ ଏହିସବୁ ସମସ୍ୟା ଠାରୁ ଦୂରେଇ ରହି ପାରିବେ l
– ସାଇଲେଣ୍ଟ ହାର୍ଟ ଅଟାକ ର ଆଉ ଗୋଟିଏ କାରଣ ହେଉଛି ସିଗାରେଟ ଓ ଆଲକୋହଲ , ଏହିସବୁ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ l
