ସମ୍ପର୍କ ଖୁବ୍ ସମ୍ବେଦନଶୀଳ ଅଟେ , ଜଣା ପଡେନା କେଉଁ ସମ୍ପର୍କ କେତେବେଳେ କିଭଳି ଭାବରେ ଭୁଲ ବୁଝାମଣା ରେ ଖରାପ ହୋଇଯାଏ । ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଓ କୁହାଯାଏ ଯେ ଏହା ସବୁଠୁ ଗୋଟିଏ ଜଟିଳ ସମ୍ପର୍କ । ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏଭଳି ସମ୍ପର୍କ ଅଟେ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ ପରିସ୍ଥିତି କୁ ଏକାଠି ସମ୍ମୁଖୀନ କରି , ବିଭିନ୍ନ ଝଡ଼ଝଞ୍ଜା ସହି ଅତିବାହିତ କରନ୍ତି । କିନ୍ତୁ ବେଳେ ବେଳେ ସେହି ସମ୍ପର୍କ ରେ ମନୋ ମାଳିନ୍ୟ ମଧ୍ୟ ହୋଇଥାଏ ।
କୁହାଯାଇଛି ଯେ ମହିଳା ମାନଙ୍କ ସ୍ଵଭାବ ବିବାହ ପରେ ବଦଳି ଯାଇଥାଏ । ଏହାକୁ ବିଜ୍ଞାନ ର ପରିଭାଷା ରେ ମଧ୍ୟ ବିଶ୍ଳେଷଣ କରାଯାଇଛି । ଦେଖିବାକୁ ଗଲେ ମହିଳା ମାନେ କାହିଁକି ବିବାହ ପରେ ଚିଡି ଚିଡା ସ୍ଵଭାବ ର ହୋଇ ଯାଆନ୍ତି କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା ।
* ସାଇକୋଲୋଜିଷ୍ଟ ମାନଙ୍କ ମତ ଅନୁସାରେ ବିବାହ ପରେ ପ୍ରାରମ୍ଭିକ ୬ ମାସ ସୁରୁଖୁରରେ ବୈବାହିକ ଜୀବନ ଚାଲିଥାଏ । କିନ୍ତୁ ପରେ ଦାମ୍ପତ୍ୟ ଜୀବନ ରେ କଳହ ଦେଖା ଯିବା ଗୋଟିଏ ସାଧାରଣ କଥା ଅଟେ । ଏହାର ମୁଖ୍ୟ କାରଣ ଆଡଜଷ୍ଟମେଣ୍ଟ ଅଟେ । କାହିଁକି ନା ବିବାହ ପରେ ପାରିପାର୍ଶ୍ବିକ ସ୍ଥିତି ସଂପୂର୍ଣ୍ଣ ଅଲଗା ଥାଏ ।
* ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ପୁରୁଷ ଓ ମହିଳା ଅଲଗା ଅଲଗା ଟେମ୍ପରାମେଣ୍ଟ ହୋଇ ଥାଆନ୍ତି ଏବଂ ଉଭୟ ନିଜ ବିବାହ କୁ ନେଇ ଅଲଗା ଅଲଗା ଇମୋଷନାଲ ରିଆକ୍ସନ୍ ଦିଅନ୍ତି । ବିବାହ ପରେ ମହିଳା ମାନଙ୍କ ମଧ୍ୟରେ ଚିଡା ଭାବ ଦେଖା ଯିବାର ଗୋଟିଏ କାରଣ ହେଉଛି ଟେମ୍ପରାମେଣ୍ଟ ।
* ମହିଳା ମାନେ ସଂପୂର୍ଣ୍ଣ ଭାବରେ ଗୋଟିଏ ଅଲଗା ପାରିପାର୍ଶ୍ବିକ ସ୍ଥିତି ରୁ ଆସି ଥାଆନ୍ତି । ଗୋଟିଏ ନୂଆ ପରିବାର କୁ ଆପଣାଇବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଯାହା ସେମାନଙ୍କ ପାଇଁ ଚିଡିଚିଡା ଭାବର କାରଣ ହୋଇଥାଏ ।
* ଗୋଟିଏ ନୂଆ ପରିସ୍ଥିତି ରେ ଆଡଜଷ୍ଟ କରିବା ପାଇଁ ସବୁଠୁ ଆବଶ୍ୟକ ହେଉଛି ସ୍ନେହ ମମତା ମିଳିବା ଜରୁରୀ । ଯଦି କୌଣସି ମହିଳା ସେହି ସ୍ନେହ ସହାନୁଭୂତି ପାଇ ନଥାଆନ୍ତି ତେବେ ସେମାନଙ୍କ ମଧ୍ୟରେ ଚିଡିଚିଡା ସ୍ଵଭାବ ବୃଦ୍ଧି ହୋଇଥାଏ ।
* ବିବାହ ପରେ ପର୍ଶନାଲ ସ୍ପେସ ଖୁବ୍ କମି ଯାଇଥାଏ ଓ ଏପରି ସ୍ଥିତି ରେ ଚିଡିଚିଡା ସ୍ଵଭାବ ଅଧିକ ବୃଦ୍ଧି ହୋଇଥାଏ ।
* କିଛି ସ୍ଥିତି ରେ ଏପରି ହୋଇଥାଏ ଯେ ମହିଳା ମାନଙ୍କର କିଛିଟା ଅଧା ଅଧୁରା ଇଚ୍ଛା ବାକି ରହି ଯାଇଥାଏ । ଯେପରିକି ସେମାନେ ନିଜ କ୍ୟାରିୟର ରେ ଆଗକୁ ବଢିବା ପାଇଁ ଚାହିଁ ଥାଆନ୍ତି , କିନ୍ତୁ କିଛି ଟା ପାରିପାର୍ଶ୍ବିକ ପରିସ୍ଥିତି ଯୋଗୁଁ ତାହା ପୂର୍ଣ୍ଣ ହୋଇ ପାରି ନଥାଏ । ଏହା ମଧ୍ୟ ତାଙ୍କ ଚିଡିଚିଡା ସ୍ଵଭାବ ର କାରଣ ହୋଇଥାଏ ।
* ଆଉ କିଛି ମହିଳା ନିଜକୁ ଆଡ୍ ଯଷ୍ଟ କରିବା ପାଇଁ ଖୁବ୍ ଚେଷ୍ଟା କରି ଥାଆନ୍ତି । କିନ୍ତୁ ତାହା ହୋଇ ନପରିବା କାରଣରୁ ମଧ୍ୟ ଚିଡିଚିଡା ସ୍ଵଭାବ ବୃଦ୍ଧି ହୋଇଥାଏ ।