Odisha news

କର୍ଣ୍ଣାଟକ ସରକାର ଙ୍କ ଚିନ୍ତା ବଢ଼ାଇଲା IAS ଓ IPS ଅଧିକାରୀ ଙ୍କ ଝଗଡ଼ା , ସୋସିଆଲ ମିଡିଆରେ ଆପତି ଜନକ ଫଟୋ ଭାଇରାଲ

0
ନୂଆଦିଲ୍ଲୀ : କର୍ଣ୍ଣାଟକ ରେ ଜଣେ IAS ଅଧିକାରୀ ଓ IPS ଅଧିକାରୀ ଙ୍କ ଝଗଡ଼ା ସାର୍ବଜନୀକ ଭାବରେ ପଦାକୁ ଆସିଚି । ଏପରିକି ସୋସିଆଲ ମିଡିଆରେ ଅଧିକାରୀ ମାନଙ୍କର ବ୍ୟକ୍ତିଗତ ଫଟୋ ଭାଇରାଲ୍ ହୋଇଛି । ଯାହାକୁ ନେଇ ରାଜ୍ୟର ବୋମାଇ ସରକାର ଚିନ୍ତା ରେ । ରାଜ୍ୟର ୨ଟି ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଝଗଡ଼ା କୁ ଦେଖି ଖୋଦ୍ ଗୃହମନ୍ତ୍ରୀ ଙ୍କୁ ଆଗକୁ ଆସିବାକୁ ପଡ଼ିଲା ।
କର୍ଣ୍ଣାଟକ ର ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର କହିଛନ୍ତି ଯେ ଉଭୟ ଅଧିକାରୀ ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆ ଯାଇଛି । ଉଭୟ ଅଧିକାରୀ ଙ୍କ ଏଭଳି ବ୍ୟବହାର ଠିକ୍ ନୁହେଁ , ସେ ଏହି ମାମଲା ରେ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି ।
କର୍ଣ୍ଣାଟକ ସରକାର ରେ କାର୍ଯ୍ୟରତ ଥିବା IPS ଅଧିକାରୀ ଡି ରୂପା ମୋଦଗିଲ୍ ରବିବାର ଦିନ ନିଜ ଫେସବୁକ୍ ପେଜ୍ ରେ IAS ଅଧିକାରୀ ରୋହିଣୀ ସିନ୍ଧୁରା ଙ୍କ ଫଟୋ ଭାଇରାଲ୍ କରି ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ମହିଳା IAS ଅଧିକାରୀ ପୁରୁଷ IAS ଅଧିକାରୀ ଙ୍କୁ ନିଜର ବ୍ୟକ୍ତିଗତ ଓ ଆପତ୍ତିଜନକ ଫଟୋ ପଠାଇ ସେବା ଆଚରଣ ର ଉଲଂଘନ କରିଛନ୍ତି । ସେ ଆରୋପ ଲଗାଇ ଥିଲେ ଯେ ରୋହିଣୀ ଶିନ୍ଧୁରୀ ୨୦୨୧ ରୁ ୨୦୨୨ ମଧ୍ୟରେ ତିନିଜଣ ଅଧିକାରୀ ଙ୍କୁ ଏହି ଫଟୋ ପଠାଇ ଥିଲେ ।
ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଆଇପିଏସ୍ ଅଧିକାରୀ ଡି ରୂପା , ଆଇଏଏସ୍ ଅଧିକାରୀ ସିନ୍ଧୁରୀ ଙ୍କ ଉପରେ ଭ୍ରଷ୍ଟାଚାର ର ଆରୋପ ଲଗାଇ ଥିଲେ । କହିଥିଲେ କି ସେ ଏହା ମୁଖ୍ୟମନ୍ତ୍ରୀ ବୋମାଈ ଓ ମୁଖ୍ୟ ଶାସନ ସଚିବ ଙ୍କୁ ଜଣାଇଛନ୍ତି ।
ଫଟୋ ଭାଇରାଲ୍ ହେବାପରେ ମହିଳା ଆଇଏଏସ୍ ଅଧିକାରୀ ସିନ୍ଧୁରି ଏହି ଆରୋପ କୁ ଖାରଜ କରିଛନ୍ତି । ସେ ନିଜ ପକ୍ଷ ରଖି କହିଛନ୍ତି ଯେ ଡି ରୂପା ତାଙ୍କ ବିରୁଧ ରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ଓ ତାଙ୍କ ଛବି କୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଯଦି ସେ ଅନ୍ୟ IAS ଅଧିକାରୀ ଙ୍କୁ ନିଜର ବ୍ୟକ୍ତିଗତ ଫଟୋ ପଠାଇଛନ୍ତି ତେବେ ସେ ତାଙ୍କ ନାମ ଗୁଡିକ ଖୋଲି କୁହନ୍ତୁ ।
ଏହି ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଗୋଟିଏ ରେଷ୍ଟୋ ରାଣ୍ଟ ରେ ଜନତା ଦଳର ବିଧାୟକ ସା ରା ମହେଶ ଙ୍କ ସହିତ ଆଇଏଏସ୍ ଅଧିକାରୀ ଶିନ୍ଧୁରି ଙ୍କ ଫଟୋ ଭାଇରାଲ୍ ହୋଇ ଥିଲା । ସୂଚନା ଯୋଗ୍ୟ ଯେ ୨୦୨୧ ରେ ସିନ୍ଧୂରି ମାଇସୁର ରେ ଅବସ୍ଥାପିତ ଥିଲେ , ସେତେବେଳେ ଉଭୟ ଉଭୟ ଙ୍କ ଉପରେ ଭ୍ରଷ୍ଟାଚାର କୁ ନେଇ ଅନେକ ଆରୋପ ଲଗାଇ ଥିଲେ । ବର୍ତମାନ ଡି ରୂପା କର୍ଣ୍ଣାଟକ ହସ୍ତଶିଳ୍ପ ବିକାଶ ନିଗମ ର ପ୍ରବନ୍ଧକ ନିର୍ଦ୍ଦେଶକ ଅଟନ୍ତି ଓ ସିନ୍ଧୂରୀ ହିନ୍ଦୁ ଧାର୍ମିକ ସଂସ୍ଥା ଓ ଧର୍ମାର୍ଥ ବନ୍ଦୋ ବସ୍ତି ବିଭାଗ ରେ ନିଯୁକ୍ତ ଅଛନ୍ତି ।
Govt
Leave A Reply