କୁଜଙ୍ଗ : କୁଜଙ୍ଗ ବ୍ଲକ୍ ଜଗନ୍ନାଥପୁର କଂଗ୍ରେସ ନେତା ଧୁଳେଶ୍ୱର ଗୁରୁଙ୍କ ପତ୍ନୀ ମାଳତୀ ଗୁରୁ(୮୦) ଆଜି ଦିବା ୧୧ଟା୧୫ରେ ଜଗତପୁର ସ୍ଥିତ ସତ୍ଗୁରୁ ହସ୍ପିଟାଲ ପରଲୋକ ହୋଇଯାଇଛି । ଏହି ଧର୍ମପ୍ରାଣ ମହିଳା ଗତ ୨୪ ତାରିଖରେ ଜ୍ୱର ହେବାରୁ ସ୍ୱାବ୍ କରୀକ୍ଷା କରାଇଥିଲେ । ଏବେ ତାଙ୍କ ସ୍ୱାମୀ ଧୁଳେଶ୍ୱର କିମସ୍ରେ ଚିକିସôିତ ହେଉଥିବା ବେଳେ ପୁଅ ଶ୍ରମିକ ନେତା ମନୀନ୍ଦ୍ର ଗୁରୁ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇ ହୋଇ ଚିକିସôତ ହେଉଛନ୍ତି । ଏହି ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ କଂଗ୍ରେସ ଆବହକ ତଥା ଯାଦବ ନେତା ଏଏନ୍ଡି ଯାଦବ, ରମେଶ ଚନ୍ଦ୍ର ଦାସ, ସୁବୋଧ ନାରାୟଣ ରାଜଗୁରୁ, ରାଜେନ୍ଦ୍ର ନାରାୟଣ ରାଜଗୁରୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
ତୁରନ୍ତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏହି ଗ୍ରାମରେ ସମସ୍ତଙ୍କ ପରୀକ୍ଷା କରିବାକୁ ଦାବି କରିଛନ୍ତି । ସେହିପରି ଆଜି ମଙ୍ଗରାଜପୁର କ୍ୱାରେଣ୍ଟାଇକ୍ କେନ୍ଦ୍ରରେ ଆଣ୍ଟିଜେନ୍ ପରୀକ୍ଷାରେ ୭ ଜଣ ପଜିଟିଭ୍ ରହିଥିବା ସରପଂଚ ପୂର୍ଣ୍ଣିମା ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଗ୍ରାମରେ ଆଓସିଲ୍ ତାର ଶ୍ରମିକ ମାନଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବା ବେଳେ ଏବେ ଗ୍ରାମରେ ଛନକା ପସିଛି । ତୁରନ୍ତ ଗ୍ରାମକୁ ସାନିଟାଇଜ୍ କରିବା ସହ ସମସ୍ତଙ୍କ ପରୀକ୍ଷା କରିବାକୁ ସମାଜିକ ର୍କମୀ ପୀତାମ୍ବର ତରାଇ ଦାବି କରିଛନ୍ତି । ସେହିପରି ଗତ ଦୁଇଦିନ ତଳେ ସଂଗୃହିତ ସ୍ୱାବରୁ ଆଜି ୧୧ ଜଣ ପଜିଟିଭ୍ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ନୂଆଗଁ କୁଜଙ୍ଗ ବିାହରୀ ଟିଏମ୍ସିରୁ ୨୯ ଜଣଙ୍କ ସ୍ୱାବ ଏରସମାର ଡାକ୍ତର ଦଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।