Odisha news

ଜନାପାଳ ସତ୍ୟପୀରଙ୍କ ପୀଠରେ ନିଆରା ମହରମ୍ , ହିନ୍ଦୁ ଯୁବକ ଫକୀର ସାଜି ଲଣ୍ଡା ହୁଅନ୍ତି

0

କୁଜଙ୍ଗ, : ସାରା ବିଶ୍ୱରେ ମୁସଲମାନ ଧର୍ମବାଲମ୍ବୀ ମାନେ ତ୍ୟାଗ ଓ ପବିତ୍ରତାର ପର୍ବ ମହରମ ପାଳୁଥିବା ବେଳେ କୁଜଙ୍ଗ ବ୍ଲକ୍ ପଙ୍କପାଳ ପଞ୍ଚାୟତରେ ଏହି ପର୍ବ ଅବସରରେ ଏକ ନିଆରା ପରମ୍ପରା ଦେଖାଦିଏ । ଅବଶ୍ୟ ଚଳିତ ବର୍ଷ ତାଜିଆ ଶୋଭାଯାତ୍ର, ଫଡି ଖେଳ ଉପରେ କଟକଣା ଯୋଗୁ ଏହି ପର୍ବ ଫିକା ପଡିଥିଲେ ମଧ୍ୟ ଏହାର ମୂଳ ଆବେଗ ଓ ଶ୍ରଦ୍ଧା ଏବେବି ଅତୁଟ ରହିଥିବା ଦେଖିବାକୁ ମିଳେ । ଏହା ମୁସଲମାନଙ୍କ ପର୍ବ ହୋଇଥିବା ବେଳେ କୁଜଙ୍ଗ ବ୍ଲକ୍ ପଙ୍କପାଳ ପଂଚାୟତ ଜନାପାଳ ଗ୍ରାମରେ ଥିବା ସତ୍ୟପୀର ପୀଠରେ ଏହି ପର୍ବ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଶାନ୍ତି ଓ ଶୌହାର୍ଦ୍ଧ୍ୟର ସହ ପୁରୁଷ ପୁରୁଷ ଧରି ପାଳନ କରିଆସୁଛନ୍ତି । ଏହି ଗ୍ରାମରେ ମାତ୍ର ୮ଟି ପରିବାର ସଂଖ୍ୟା ଲଘୁ ରହିଥିବା ବେଳେ ଶାନ୍ତି ଓ ଭାଇଚାର ରହି ଆସିଥିବା ଉଭୟ ସମ୍ପ୍ରଦାୟ ବହୁ ପର୍ବ ପୃଥକ ପୃଥକ ପାଳନ କରୁଥିବା ସ୍ଥଳେ ମହରମକୁ ଏଠରେ ହିନ୍ଦୁ ମାନେ ଡୋଲି ଓଷା ରୂପେ ପାଳନ କରିଆସିଥାନ୍ତି ।

ଏହି ଅଂଚଳର ବହୁ ବ୍ୟକ୍ତି ତାଙ୍କ ପୁତ୍ର ସନ୍ତାନକୁ ଏହି ପର୍ବରେ ଲଣ୍ଡିତ ମସ୍ତକ କରି ଫକୀର ବେଶରେ ତାଜିଆ ଧରି ଗ୍ରାମ ପରିକ୍ରମା କରନ୍ତି । ତାଜିଆକୁ ହିନ୍ଦୁ ଫକୀର ମାନେ ଲଣ୍ଡିତ ମସ୍ତକରେ ପାଳନ କରୁଥିବା ବେଳେ ପୂଜା କରନ୍ତି ମୁସଲମାନ ମାନେ । ପ୍ରାୟ ୧୩୧୭ରୁ ଏହି ପରମ୍ପରା ପାଳିତ ହୋଇ ଆସୁଥିବା ବେଳେ ଏବେ କିନ୍ତୁ ଆଗପରି ଆଉ ଉସôାହ ଦେଖିବାକୁ ମିଳୁନଥିବା କହନ୍ତି ଗ୍ରାମର ମୁରବୀ ସନ୍ତୋଷ ଦାସ, ଶରତ ଦାସ ପ୍ରମୁଖ । ଏହି ଗ୍ରାମରେ ଉଭୟ ସମ୍ପ୍ରଦାୟ ଶାନ୍ତି ଓ ଭାଇଚାରାର ବର୍ତ୍ତାନେଇ ଦୀର୍ଘ ବର୍ଷ ହେଲା ରହି ଆସିଥିବା ବେଳେ ଜନପାଳ ସତ୍ୟପୀର ପୀଠରେ ଉଭୟ ସମ୍ପ୍ରଦାୟର ବିଶ୍ୱାସ ଓ ଶ୍ରଦ୍ଧାସ୍ଥଳୀ । ଏହି ପୀଠରେ ବହୁ ସର୍ପାଘତ ରୋଗୀ ପୂର୍ବକାଳରେ ସତ୍ୟ ପୀରୀଙ୍କ ଅପାର ମହିମାରୁ ଆରୋଗ୍ୟ ଲଭ କରନ୍ତି ବୋଲି ବିଶ୍ୱାସ ରହିଥିବା ବେଳେ ମହରମ ତିଥିର ୧୦ ଦିନ ପୂର୍ବରୁ ଏଠାରେ ଉସôବର ଆରମ୍ଭ ହୋଇଥାଏ । ବିଭିନ୍ନ ବାଦ୍ୟାର ତାଳେ ଚିତାକର୍ଷକ ଫଡି ଖେଳରେ ଉଭୟ ସମ୍ପ୍ରଦାୟକ ଭାଗନେଇ ସେମାନଙ୍କ କ୍ରୀଡା କୌଶଳ ପ୍ରଦର୍ଶନ କରନ୍ତି । ପରେ ତାଜିଆ ଶୋଭାଯାତ୍ରାରେ ପ୍ରତି ହିନ୍ଦୁ ପରିବାରକୁ ଏହି ଲଣ୍ଡିତ ମସ୍ତକରେ ଥିବା ଫକୀର ମାନେ ଯାଇ ଭିକ୍ଷା କରିବା ସହ ମହରମ ଦିନ ସଂନ୍ଧ୍ୟାରେ ତାଜିଆ ଶୋଭାଯାତ୍ରାରେ ନେଇ ସ୍ଥାନୀୟ ବାଲିଆ ନଦୀରେ ବିସର୍ଜନ କରିଥାନ୍ତି ।

ଚଳିତ ବର୍ଷ ଏହି ପର୍ବରେ ପୂଜା କାର୍ଯ୍ୟ ସେକ୍ ଅନୱାଲ(ରାଜୁ) ପରିଚାଳନା କରୁଥିବା ବେଳେ ବହୁ ହିନ୍ଦୁ ଯୁବକ ଲଣ୍ଡିତ ମସ୍ତକରେ କୋଭିଡ୍ କଟକଣା ମାନି ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଳି କରି ସେକ୍ ମଲିକ୍ ମଇ, ସେକ୍ ଜାହିରୁଦ୍ଧିନ୍ ସେକ୍ ରାଜୁ ପ୍ରମୁଖ ପରିଚାଳନା କରିଆସୁଥିବା ବେଳେ ଆଖପାଖ ପ୍ରାୟ ୧୦ଟି ଗ୍ରାମରେ ଏହି ଶୋଭାଯାତ୍ରା ପରିକ୍ରମା ପ୍ରତିବର୍ଷ କରୁଥିବା ବେଳେ ଚଳିତ ବର୍ଷ କେବଳ ପୀଠରେ ପାଳନ କରାଯିବ । ଏହି ନିକଟସ୍ଥ ଗ୍ରାମ ମାନଙ୍କରୁ ମାନଶିକ ଧାରୀ ଯୁବକ ମାନେ ଲଣ୍ଡା ହୁଅନ୍ତି । ଏହି ପର୍ବରେ ତାଜିଆ ବିସର୍ଜନର ପାଂଚଦିନ ପୂର୍ବରୁ ଯେଉଁଦିନ ଏହି ପର୍ବ ଆରମ୍ଭ କରାଯାଏ ବହୁ ହିନ୍ଦୁ ମହିଳା ଓ ପରୁଷ ଉପବାସ କରୁଥିବା ଦେଖାଯାଏ ଯାହା ସମସ୍ତଙ୍କ ପାଇଁ ପ୍ରେରଣାର ଉସô ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ଏହି କାର୍ଯ୍ୟକ୍ରମ ପରେ ଲଣ୍ଡିତ ଫକୀର ମାନେ ସତ୍ୟନାରାୟଣ ପାଲା ସହ ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ଭୋଜି ଭାତ ମଧ୍ୟ କରିଥାନ୍ତ ମାତ୍ର କରୋନା ସଂକଟରେ ତାହା କରାଯିବନି ବୋଲି ସୂଚନା ମିଳିଛି । ସାରା ଦେଶରେ ଧର୍ମକୁ ନେଇ ବିଭେଦ ଓ ବିଶାଦ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ଜନାପଳ ସତ୍ୟପୀଠ ପୀଠର ନିଆରା ପରର୍ମ୍ପର ସମାଜକୁ ଏକ ନୂଆ ବର୍ତ୍ତା ଦେବ ବୋଲି ଆଶାକରାଯାଏ ।

ସନ୍ତୋଷ ଦାସ(ଗ୍ରାମର ମୁରବୀ): ଏହି ବିଷୟରେ ଗ୍ରାମର ଜଣେ ମୁରବୀ ସନ୍ତୋଷ ଦାସଙ୍କୁ ପଚାରିବାରୁ ଏହି ଆମ ପୂର୍ବ ପୁରୁଷ ମାନଙ୍କର ଅଜସ୍ର ବିଶ୍ୱାସ ଓ ଶ୍ରଦ୍ଧା ବଳରେ ଚଳିଆସିଥିବା ବେଳେ ଏହି ସତ୍ୟପୀର ପୀଠର ଉନ୍ନତି ପାଇଁ ସରକାରୀ ସହାୟତା ସାଙ୍ଗକୁ ଏହି ପୂଜାକୁ ସୃଙ୍ଖଳିତ କରିବା ପାଇଁ ଉଭୟ ସମ୍ପ୍ରଦାୟର ସହଯୋଗ ଜରୁରୀ ବୋଲି କହନ୍ତି ।
ସେକ୍ ଜାକୀର ଖାଁ: ଆମର ହିନ୍ଦୁ ମୁଲସ ମାନ ବିଭେଦ ଦେଖୁନା । ଆମର ପରଷ୍ପରକୁ ଶ୍ରଦ୍ଧା ରହିଛି । ଏହି କ୍ଷେତ୍ରରେ ସଂଖ୍ୟା ଲଘୁ ମାନେ ମାନେ ନିଜକୁ ସଂଜମ ଓ ପବିତ୍ର କରି ଚଳିବା ସହ ହିନ୍ଦୁ ଭାଇଙ୍କ ସ୍ନେହକୁ ଅତୁଟ ରଖିବା ଜରୁରୀ ।

Leave A Reply