କୁଆଖିଆ-୦୧/୦୧ : ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଦଣ ଗ୍ରାମ ହାଇସ୍କୁଲ ପଡିଅରେ ଗନ୍ଦଣ ୟୁଥ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲରେ ପାରିକଇଁଚିକୁ ୧୫ ରନରେ ପରାସ୍ତକରି ତରାପୁର ଟାଇଗର ଦଳ ଚମ୍ପିୟନ ହୋଇଛି । ପ୍ରଥମେ ତରାପୁର ବ୍ୟାଟିଙ୍ଗ କରି ୮୫ ରନ କରିଥିଲା ଦଳର ନାରାୟଣ ରାଉତ ୧୭ବଲରୁ ୨୬ ରନ କରିଥିଲେ । ପାରିକଇଁଚିର ବିଜନ ବୋଇତାଇ ୩ ଓଭରରେ ୭ ରନ ଦେଇ ୬ ଉଇକେଟ ନେଇଥିଲେ । ଜବାବରେ ପାରିକଇଁଚି ସମସ୍ତ ଉଇକେଟ ହରାଇ ମାତ୍ର ୭୦ ରନ କରି ପରାସ୍ତ ହୋଇଛି ।
ଗତ କାଲି ସେମିଫାଇଲାନରେ ପ୍ରଥମେ ତରାପୁର ଟାଇଗର କ୍ଲବ ବିଜୟ ହୋଇଥିବା ବେଳେ ଦ୍ୱୁତୀୟ ସେମିରେ ପାରିକଇଁଚି କି୍ରକେଟ ଦଳ ଚାନ୍ଦପୁରକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଜି ପ୍ରଥମେ ଟିକରପଡା କ୍ଲବ ବ୍ୟାଟିଂ କରି ୧୦ ଓଭରରେ ୭ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲେ ।
ଏହାର ଜବାବରେ ତରାପୁର ଟାଇଗର ଦଳ ୯ .୫ ଓଭରରେ ୭ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ସେହିପରି ଦ୍ୱୁତିୟ ସେମିରେ ଚାନ୍ଦପୁର ୧୨୨ ରନ କରିଥିବା ବେଳେ ବିପକ୍ଷର ପାରିକଇଁଚି ଦଳ ୧୪୩ ରନ କରି ବିଜୟ ହୋଇଛି । ଆଜି ଉଦଯାପନରେ ଅତିଥି ଭାବେ ଯୁବନେତା ସର୍ବେଶ୍ୱର ବେହୁରା ସମ୍ମାନିତ ଅତିଥି ଭାବେ ଶିକ୍ଷକ ବିଷ୍ଠୁଚରଣ ସାହୁ,କଳ୍ପତରୁ ପଣ୍ଡା,ଯୋଗଦେଇଥିଲେ ।
ସେମିଫାଇନାଲରେ ଅତିଥି ଭାବେ ଆନ୍ତର୍ଜତୀୟ ମାନବା ଧିକାର ସଂସ୍ଥାର ରାଜ୍ୟ ସମ୍ପାଦକ ପ୍ରଭାକର ନାୟକ ଯୋଗଦେଇ ଖେଳାଳୀଙ୍କୁ ଉସôାହିତ କରିଥିଲେ । ଉକ୍ତ ମ୍ୟାଚକୁ ବୃନ୍ଦାବନ ପଣ୍ଡା,ବୈକୁଣ୍ଠ ରଣା,ମନୋଜ ସ୍ୱାଇଁ,ପ୍ରେମାନନ୍ଦ ସ୍ୱାଇଁ,ସତ୍ୟଜିତ ମଲ୍ଲିକ,ପ୍ରଦୋସ ରାଉତ,ସନ୍ତୋଷ ରାଉତ ପ୍ରମୁଖ ଙ୍କ ସହ ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ ।