କୁଆଖିଆ ୪/୯: ରସୁଲପୁର ବ୍ଲକ ଅନ୍ତର୍ଗତ ଦେଇ ବହି ଯାଇଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଆସି ବିଭିନ୍ନ ସ୍ଥାନରେ ଘାଇ କରିବା ଫଳରେ ଚାଷୀ ଓ ଗରିବ ଦିନ ମଜୁରିଆ ମାନଙ୍କର ପ୍ରଭୁତ କ୍ଷତି ହୋଇଛି । ରସୁଲପୁର ବ୍ଲକର ପ୍ରଥମାଖଣ୍ଡ ପଂଚାୟତ ଗୋପାଳପୁର ଠାରେ ଘାଇ ହେବା ଫଳରେ ସମଗ୍ର ପଂଚାୟତର ବିଭିନ୍ନ ଗ୍ରାମରେ ପାଣି ପଶି ଲୋକଙ୍କୁ ଅସ୍ଥବ୍ୟସ୍ତ କରିବା ସହ ଚାଷୀ ଶ୍ରମିକ ଏବଂ ବୁଣାକାରଙ୍କର କ୍ଷତି କରିଛି ।
ଏହି ଅଂଚଳକୁ ଆଜି ବିଜେପି ନେତା ବିଶ୍ୱରଂଜନ ମଲ୍ଲିକ ଗ୍ରସ୍ଥକରି ଲୋକଙ୍କ ଭଲମନ୍ଦ ବୁଝିବା ସହ ପରିସ୍ଥିତିର ଅନୁଧ୍ୟାନ କରି ଲୋକଙ୍କ ଥଇଥାନ ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେଇ ଫେରି ଆସିଛନ୍ତି । ରସୁଲପୁର ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରିଲିଫ ଓ ଘର ଭଙ୍ଗା ସାହାଯ୍ୟ ଯୋଗାଇଦେବାକୁ ଶ୍ରୀମଲ୍ଲିକ ଦାବି କରିଛନ୍ତି ।
ଏଥିରେ ସରପଂଚ ଚିନ୍ତା ମଣି ସୁର ୩୫ ନଂ ଜୋନ ସଭାପତି ଶଶିଭୁଷଣ ଦାଶ,ମୁକୁନ୍ଦ ଦେବ ମହାନ୍ତି ରମେଶ ସ୍ୱାଇଁ ,ସୂର୍ଯ୍ୟମଣୀ ମହାନ୍ତି,ବଟକୃଷ୍ଣ ସାହୁ ,ଭ୍ରମର ମଳିକ ,ଲକ୍ଷ୍ମୀଧର ପ୍ରଧାନ,ସୁନିଲ,ନାୟକ ଚନ୍ଦନେଶ୍ୱର ଭଦ୍ର,ଅକ୍ଷୟ ନାୟକ,ଗୋଲଖ ବାରିକ,ତପନ ଜେନା ପ୍ରମୁଖ ଯୋଗଦେଇଥିଲେ ।
