କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମା ଖଣ୍ଡ ପଂଚାୟତ ସଡମ୍ବା ବ୍ରାହ୍ମଣୀ ନଦୀ ପଠାରୁ ଆଜି ବାରବାଟି ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ଶବକୁ ପୋଲିସ ଉଦ୍ଧାର କରିଛି । ପ୍ରକାଶଯେ ବାରବାଟି ଗ୍ରାମରବାସୁଦେବ ବେହେରା ପୁଅ ଲକ୍ଷ୍ମୀଧର ବେହେରା (୬୫) ଗତ ୨୫/୦୮/୨୦ ରେ ଘରୁ ନିଖୋଜ ହୋଇଥିଲେ ।
ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ପତା ପାଇନଥିଲେ । ଆଜି ସକାଳେ ସଡମ୍ବା ଗ୍ରାମ ବ୍ରାହ୍ମଣୀ ନଦୀ ପଠାରେ ଏକ ଶବ କୁଳରେ ଲାଗିଥିବା ଗ୍ରାମବାସୀ ଦେଖି କୁଆଖିଆ ଥାନା ପୁଲିସକୁ ଜଣାଇଥିଲେ । କୁଆଖିଆ ପୁଲିସ ଅପ ମୃତ୍ୟୁ କେସ ନଂ-୧୧ ରେ ମାମଲା ରୁଜୁ କରି ନଦୀ ପଠାରୁ ଶବକୁ ଉଦ୍ଧାର କରି ତଦନ୍ତ ଜାରୀ ରଖିଛନ୍ତି । ନଦୀ ପଠାରୁ ଉଦ୍ଧାର ପରେ ପରିବାର ଲୋକେ ଲକ୍ଷ୍ମୀଧରଙ୍କୁ ଚିହ୍ନଟ କରିଥିଲେ ।