ଡେରାବିଶ : ଡେରାବିଶ ବ୍ଳକ ଅଂଚଳରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ଏହିତ ବ୍ଳକ ଅନ୍ତର୍ଗତ ଗୁଆଳସିଂ କରୋନା ସଂକ୍ରମିତଙ୍କ ହଟସ୍ପଟ ପାଲଟିଥିବା ବେଳେ ଧିରେ ଅନ୍ୟ ପଂଚାୟତ ମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାପରେ ଲାଗିଛି ।
ଗତକାଲି ଏହି ବ୍ଳକ ଅନ୍ତର୍ଗତ ବାଲିଆ ପଂଚାୟତର ଜାଗୁଳାଇପଡ଼ା ବିଦ୍ୟାଳୟରେ କରୋନ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଜଣେ ୩୦ ବର୍ଷୀୟ ଯୁବକଙ୍କର କରୋନା ପଜେଟିଭ୍ ବାହାରିଥିଲା । ରିପୋର୍ଟ ଆସିବରେ ବିଡ଼ିଓ ଗୋପବନ୍ଧୁଭୋସାଗର, ଏବିଡ଼ିଓ ଭଞ୍ଜକିଶୋର ନାୟକ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପହଂଚି ଆକ୍ରାନ୍ତ ଯୁବକଙ୍କୁ ଛତାସ୍ଥିତ କୋଭିଡ଼୍ ହସଫିଟାଲ୍କୁ ପଠାଇଥିଲେ ।
ଏଥିସହିତ ସମ୍ପୂର୍ଣ୍ଣ ଗ୍ରାମକୁ ସାନିଟାଇଜ୍ କରାଯାଇଥିଲା । ପରେ ଆଜି ସନ୍ଧ୍ୟାରୁ ଆସନ୍ତା ୭ ଦିନ ପାଇଁ ଏହି ଗ୍ରାମକୁ ସରପଂଚ ଜୟନ୍ତୀ ମହାନ୍ତି କଂଟେନ୍ମେଂଟ୍ ଜୋନ୍ ଭାବେ ଘୋଷଣା କରି ଗ୍ରାମର ସମସ୍ତ ପ୍ରବେଶପଥକୁ ସିଲ୍ କରିଛନ୍ତି ।