କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଧଣ ପାଖାପାଖି ଅଂଚଳର ଜନୈକା ନାବାଳିକାକୁ ଅପହରଣ କରିବା ମାମଲାରେ ଯୁବକ ଜ୍ୟୋତି ପ୍ରକାଶ ସ୍ୱାଇଁ ଗିରଫ ହୋଇଛନ୍ତି । ପ୍ରକାଶଯେ ଗନ୍ଧଣ ଗ୍ରାମର ଭିମଶେନ ସ୍ୱାଇଁଙ୍କ ପୁଅ ଜ୍ୟୋତି ପ୍ରକାଶ ସ୍ୱାଇଁ ବିଗତ ଜୁଲାଇ ସାସରେ ଜନୈକା ନାବାଳିକାକୁ ଫସାଇ ଅପହରଣ କରିନେଇଥିଲେ ।
ଏହି ସମ୍ପର୍କରେ ନାବାଳିକା ପରିବାର ପକ୍ଷରୁ କୁଆଖିଆ ଥାନାରେ ଅଭିଯୋଗ ହୋଇଥିଲା । କୁଆଖିଆ ପୁଲିସ କେସ ନଂ୨୦୯ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୁଲିସ ନାବାଳିକାକୁ ଉଦ୍ଧାର କରି ପରିବାର ବର୍ଗଙ୍କ ଅବଗତିରେ ଛାଡିଛନ୍ତି । ଆଜି ଏଥିରେ ଅଭିଯୁକ୍ତ ଯୁବକ ଗନ୍ଧଣ ଗ୍ରାମର ଜ୍ୟୋତି ପ୍ରକାଶ ସ୍ୱାଇଁ (୨୧ଙ୍କୁ )ପୁଲିସ ଗିରଫ କରି କୋଟ ଚାଲାଣ କରିଛନ୍ତି ।