କୁଆଖିଆ : ରସୁଲପୁର ବ୍ଲକ ଅଂଚଳର ସୁଆଁସାହି ସ୍ୱାବ ସଂଗ୍ରହ କେନ୍ଦ୍ରରୁ ଆଜି ପୁଣି ୨୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବ ପ୍ରଶାସନ ସୂତ୍ରରୁ ଜଣାପଡଛି । ସୁଆଁସାହି ଠାରେ ଆଜି ମୋଟ ୧୧୩ ଜଣଙ୍କର ଆଂଟିଜେନ କରାଯାଇଥିଲା ସେଥିରୁ ୨୦ ଜଣଙ୍କର ପଜିଟିଭ ବାହାରିଥିଲା । ରସୁଲପୁର ବ୍ଲକ ଅଂଚଳର ୧୫ ଜଣ ଓ ଅନ୍ୟ ଅଂଚଳର ୫ ଜଣ ଚିହ୍ନଟ ହୋଇଥିଲେ ।
ସେମାନଙ୍କ ମଧ୍ୟରୁ ଏନସି କୋଭିଡ କେନ୍ଦ୍ରକୁ ଦୁଇଜଣ କୋଭିଡ କେୟାର ହୋମଙ୍କୁ ତିନି ଜଣ ଏବଂ ଅନ୍ୟ ୧୦ ଜଣଙ୍କୁ ହୋମ ଆଇସୋଲେସନରେ ଛଡାଯାଇଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ଆଜି ସୁଆଁସାହି ଠାରେ ତ୍ୱରିତ ଆଂଟିଜେନ ଟେଷ୍ଟ ପରୀକ୍ଷା ୧୧୩ ଜଣଙ୍କର କରିବା ପରେ ୨୦ଜଣ ଙ୍କର ପଜିଟିଭ ଚିହ୍ନଟ ହୋଇଥିବା ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳଙ୍କ ସୂତ୍ରରୁ ପ୍ରକାଶ ।