Odisha news

ବାରିପଦା ସହର ଉପକଣ୍ଠରେ ବିଶାଳ ଦନ୍ତାହାତୀ

0

ବାରିପଦା : ବାରିପଦା ସହରକୁ ବିଭିନ୍ନ ସମୟରେ ହାତୀ ପଶି ଆସୁଥିବାର ନଜିର ରହିଥିବାବେଳେ ସୋମବାର ପ୍ରତୁ୍ୟଷରେ ବାରିପଦା ସହର ଉପକଣ୍ଠକୁ ଏକ ବିଶାଳ ଦନ୍ତାହାତୀ ପଶିଆସିଥିଲା । ଏହି ବିଶାଳକାୟ ଦନ୍ତାହାତୀଟି ରାଜପଥରେ ଚାଲୁଥିବା ଦେଖି ପ୍ରାତଃଭ୍ରମଣରେ ବାହାରିଥିବା ଲୋକମାନେ ଇତଃସ୍ତତ ହୋଇ ଏଣେତେଣ ଦୌଡି ଥିଲେ । ଘଟଣାରୁ ପ୍ରକାଶ ଯେ, ଏହି ଦନ୍ତାହାତୀଟି ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ପଶ୍ମିମବଙ୍ଗ ସୀମାନ୍ତର ଘଣଘଣାପାଲ ଜଙ୍ଗଲଦେଇ ଲକ୍ଷ୍ମୀପୋଷି ରାସ୍ତାଦେଇ ବାରିପଦା ସହର ଉପକଣ୍ଠକୁ ପଶିଆସିଥିଲା ।

ଫଳରେ ଏହି ହାତୀଟି ଦାରଗାଡାହି ଓ ମୁର୍ଗାବାଡି ଗୋଲେଇ ଦେଇ ୧୮ନମ୍ବର ଜାତୀୟ ରାଜପଥ ଦେଇ କୁଳିଅଣା ଆଡକୁ ଅଗ୍ରସର ହୋଇଥିଲା । ବାରିପଦା ରେଞ୍ଜ ଓ ଦେଉଳି ରେଞ୍ଜ ର ବନକର୍ମଚାରୀମାନେ ଏହି ହାତୀଟିକୁ ଜଙ୍ଗଲ ଆଡକୁ ଘଉଡାଇ ଦେବାପାଇଁ ଉଦ୍ୟମ କରିଥିଲେ । ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକ୍ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଦନ୍ତାହାତୀଟି ଏବେ ସୀମାନ୍ତ ନିକଟସ୍ଥ ମୁନିଧଡା ଗ୍ରାମ ଜଙ୍ଗଲରେ ରହିଛି ଏବଂ ହାତୀଟିକୁ ବନକର୍ମଚାରୀମାନେ ଜଗିଥିବାବେଳେ ଅତିଶୀଘ୍ର ହାତୀଟିକୁ ଜଙ୍ଗଲ ଆଡକୁ ଘଉଡାଇ ଦିଆଯିବ ବୋଲି ଜଣାଇଛନ୍ତି ।

Leave A Reply