କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଦଣ ପଚାଂୟତ ଏକତଳା ଗ୍ରାମର ବରିଷ୍ଠ ଆଇନଜିବୀ ,ଧର୍ମପରାୟଣ ସମାଜସେବୀ ପତିତପାବନ ମିଶ୍ରଙ୍କର (୮୪) ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ରୀ ମିଶ୍ର କଟକ ମଧୁସୁଦନ ଆଇନ କଲେଜରୁ ୧୯୭୮ ମସିହାରେ ଆଇନରେ ସ୍ନାତକ ପାସ କରି ଓଡିଶା ହାଇକୋର୍ଟରେ ୧୯୭୯ ମସିହାରୁ କାର୍ଯ୍ୟ କରି ଆସୁଥିଲେ । ସେ କିଛି ବର୍ଷ ସ୍ଥାନୀୟ ମଧୁବନ ହାଇସ୍କୁଲ ରେ ଶିକ୍ଷକତା କରିବା ଓ ସ୍କୁଲ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିଲେ ।
ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶୋକପ୍ରକଟ କରି ପୂଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ପୁର୍ବତନ ସମିତି ସଭ୍ୟ ଲକ୍ଷ୍ନ୍ମଣ ରାଉତ,ବଟକୃଷ୍ଣ ତରାଇ,ଦେବେନ୍ଦ୍ର ପଣ୍ଡା,ରଘୁନାଥ ଦାସ, ଯୁବନେତା ସୁବାସ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ ମଧୁସୁଦନ ମିଶ୍ର,ମୁରଲିଧର ମିଶ୍ର ,ଲକ୍ଷ୍ମୀ ଧର ମିଶ୍ର ,ଶ୍ରୀପତି ମିଶ୍ର ଆଡଭୋକେଟ ପ୍ରଦିପ କୁମାର ମିଶ୍ର ଝିଅ ପ୍ରତିଭା ମିଶ୍ର ଶିକ୍ଷକ ପ୍ରଭାତ ମିଶ୍ର ,ପ୍ରଣୟ ମିଶ୍ର,ସୁଦର୍ଶନ ମିଶ୍ର,ଗୋବିନ୍ଦ ପଣ୍ଡା ଓ ବହୁ ଆଡଭୋକେଟ ଶୋକ ପ୍ରକଟ କରିଥିଲେ । ତାଙ୍କ ମୃତ୍ୟୁରେ ଏକତଳା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।