Odisha news

ଓଡିଶାର ରାଜ୍ୟପାଳଙ୍କ ଦ୍ୱାରା ପ୍ରାକ୍ତନ ବିଧାୟକ କାଙ୍ଗାଳିଚରଣ ପଣ୍ଡାଙ୍କ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ

0

କୁଆଖିଆ ୨୮ ।୯ :    ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ଟ୍ରେକର ଷ୍ଟାଣ୍ଡ ପରିସରରେ ଆଜି   ଓଡିଶାର ମହାମହିମ ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ପ୍ରାକ୍ତନ ବିଧାୟକ ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା  ଙ୍କ ଅପରାହ୍ନ 4.26 ମିନିଟ ରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତିର୍ ଉନ୍ମୋଚିତ ହୋଇଯାଇଛି ।  ରାଜ୍ୟପାଳ ଙ୍କ ଗସ୍ତ ଓ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବରେ ଅନୁଷ୍ଠିତ ସଭା ରେ କାଙ୍ଗାଳି ଚରଣ ପଣ୍ଡା ସ୍କୃତି ସଂସଦର ସଭାପତି ଯୋଗେନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଓଡିଶା ର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାଙ୍ଗାଳି ବାବୁ ତାପସ୍ୱି ଲୋକ ଥିଲେ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ବରୀ ପୂର୍ବତନ ବିଧାୟକ ଦେବାଶିଷ ନାୟକ, କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇଥିଲେ l ସଂସଦର ସମ୍ପାଦକ ବିଶ୍ୱନାଥ ପଣ୍ଡା ଆଗାମୀ ଦିନରେ ବିଭିନ୍ନ ସ୍ଥାନ ରେ କାଙ୍ଗାଳି ବାବୁଙ୍କ ପ୍ରତି ମୂର୍ତ୍ତି ସ୍ଥାପନା କରିବାକୁ ସମସ୍ତ କୁ ନିବେଦନ କରିଥିଲେ l ସାଂସଦ ର ସଂଯୋଜକ ଦେବେନ୍ଦ୍ର କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ଧାବିକା ଦୁତି ଚାନ୍ଦ ଓ ସମାଜ ସେବି ପ୍ରଶାନ୍ତ ଦାସ ଙ୍କୁ ରାଜ୍ୟ ପାଳ ମାନପତ୍ର ଓ ଉପଢ଼ୋକନ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ମଧୁପୁର ମହାବିଦ୍ୟାଳୟ ର ଅଧ୍ୟାପିକା ଜୟଶ୍ମିତ ପଣ୍ଡା ଶୁଭ୍ରାଲୀନ ସାମଲ ମଙ୍ଗଳଚରଣ ଗାନ କରି ଥିଲେ l ଉକ୍ତ କାର୍ଯ୍ୟ କ୍ରମ ରେ ସଂସଦର ସମସ୍ତ ସଦସ୍ୟ ଯୋଗ ଦେଇ ପରିଚାଳନା କରି ଥିଲେ l

Nalco
Leave A Reply