ବୁଗୁଡ଼ା : ତା ୨୮/୦୯/୨୩ : ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସର୍ପ ଦଂଶନର ଶିକାର ହୋଇଥିବା ଜନୈକ ବୃଦ୍ଧ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ଗରେଇଝୁଳି ଗ୍ରାମର ବିଭୀଷଣ ନାହାକ (୬୫) । ପ୍ରକାଶ ଯେ , ଆଜି ଅପରାହ୍ନରେ ବିଭୀଷଣ ନିଜ ବିଲକୁ ହୁଡାରେ ଯାଉଥିବା ବେଳେ ଏକ ବିଷଧର ସାପ ତାଙ୍କର ଡାହାଣ ଗୋଡକୁ ଦଂଶନ କରିଥିଲା । ସେ ଚିତ୍କାର କରି ସେଠାରେ ପଡିଯାଇଥିଲା ବେଳେ ଆଖପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।