କୋରେଇ ୨୭ା୦୨: କୋରେଇ କଂଗ୍ରେସ କମିଟି ପକ୍ଷରୁ ଏକ ବନ୍ଧୁମିଳନ ସହ ନବ ନିଯୁକ୍ତ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବରୁଣ୍ଡେଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ମହିଳା କଂଗ୍ରେସ ସଭାନେତ୍ରୀ ତଥା କୋରେଇ କଂଗ୍ରେସ ବିଧାୟକା ପ୍ରାର୍ଥୀନୀ ଶ୍ରୀମତୀ ବନ୍ଦିତା ପରିଡା ସମ୍ମାନୀତ ଅତିଥି ଭାବେ ରାଜ୍ୟ ମହିଳା କଂଗ୍ରେସ ସମ୍ପାଦକ ଶ୍ରୀମତୀ ନିର୍ମଳା ମଲ୍ଲିକ ବ୍ୟାସନଗର ମୁନିସପାଲିଟର ପୂର୍ବତନ ଉପାଧ୍ୟକ୍ଷ ପ୍ରମୋଦ କୁମାର ପରିଡା ଯୋଗଦେଇଥିଲେ । ଏଥିରେ କୋରେଇ ବ୍ଲକ କଂଗ୍ରେସର ନବ ନିଯୁକ୍ତ ସଭାପତି ଅକ୍ଷୟ କୁମାର ଜେନାଙ୍କୁ ଶ୍ରୀମତୀ ପରିଡା ସ୍ୱାଗତ ଓ ସମ୍ବର୍ଦ୍ଧନା କରାଇ ଶ୍ରୀ ଜେନାଙ୍କୁ ସଭା ପରିଚାଳନା କରିବାକୁ ପ୍ରସ୍ତାବ ଦେଇଥିଲେ ।
ଏହା ପରେ ନବ ନିଯିକ୍ତ ସମସ୍ତ ବ୍ଲକ କମିଟିର କର୍ମକର୍ତା ଯଥା- ଉପ ସଭାପତି ମାର୍କଣ୍ଡ ମିଶ୍ର, ନୀଳମଣୀ ଜେନା, ନିରଂଜନ ନାୟକ, ସାଧାରଣ ସମ୍ପାଦକ ସୁନ୍ଦର ଜେନା, ମହମ୍ମଦ ମକସୁଦ ହୋସେନ, ପ୍ରସନ୍ନ ସ୍ୱାଇଁ, କୁମାର ଗୌରବ, ନିଶିକାନ୍ତ ମାଝୀ, ସମ୍ପାଦକ ଭାବେ ପଙ୍କଜ ମଲ୍ଲିକ, ବଳରାମ ମଲ୍ଳିକ, କୀର୍ତନ ରାଉତ, ସେକ୍ ଆରୁଦ୍ଦିନ୍ ଅହମଦ, ମୁସ୍ତାକ ଅଲ୍ଲି ଖାଁ, ଅଶୋକ ଦାସ, ମକର ମାଝୀ ଓ କୋଷାଧ୍ୟକ୍ଷ ଭାବେ ଲଷ୍ମୀନାରାୟଣ ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସାଦକପୁର ଗ୍ରାମ ପଂଚାୟତରୁ ସେକ୍ ଇସରାଲେ, ସେକ୍ ଫାରୁକ୍, ସେକ୍ ମନିରୁଦ୍ଧିନ, ତୁଳତୀ ଗ୍ରାମ ପଂଚାୟତରୁ ବିଜୟ କୁମାର ଜେନା, କରଦା ଗ୍ରାମ ପଂଚାୟତରୁ ଅଭିରାମ ମଳିକ, ଅଜ୍ଜୁନ ମଳିକ, ଅମୃତିଆ ଗ୍ରାମ ପଂଚାୟତର ସୁରେଶ କୁମାର ସାହୁ ପ୍ରମୁଖ ବିଜେଡି ଦଳରୁ ଆସି କଂଗ୍ରେସ ଦଳରେ ମିଶିବାରୁ ସେମାନଙ୍କୁ ଶ୍ରୀମତୀ ପରିଡା ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଶରତ ପଣ୍ଡା, ଉମାକାନ୍ତ ମଲ୍ଲିକ, ବିବୁଭୂଷଣ ମଲିକ, ମଦନ ମୋହନ ମଲିକ, ପ୍ରଶାନ୍ତ କୁମାର ପେରେଇ, ନାରାୟଣ ଦାସ, ସତିବା ମଲ୍ଲିକ, ଦଶରଥ ସାହୁ, କାଳନ୍ଦୀ ଜେନା, ଅମୂଲ୍ୟ ରାଜ, ଶ୍ରୀଧର ସ୍ୱାଇଁ, ଅଜୟ ଦାସ, ମୃତୁ୍ୟଞୟ ପ୍ରସାଦ ଦେନାଥ, ସେକ୍ ଇସଲାମ, ସେକ୍ ଜାକିର ହୁସେନ, ରାଜେନ୍ଦ୍ର ଦାସ, ବୃନ୍ଦାବନ ସାହୁ, ଶରତ ଚନ୍ଦ୍ର ପ୍ରଧାନ, ଅଜୟ ପଣ୍ଡା, ଅଭୟ କୁମାର ସ୍ୱାଇଁ, ନଟବର ସ୍ୱାଇଁ, ଦିଲ୍ଲିପ ରଥ, ହରିହର ବାରିକ୍, ଚକ୍ରଧର ବାରିକ, ନବିନ ମଳିକ, ନରହରି କୁଅଁର, ସୂର୍ଯ୍ୟମଣି ମଳିକ, ଅନନ୍ତ କବି, ମାୟାଧର ମଳିକ, ମାଧବ ବେହେରା, ବସନ୍ତ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ନାରୀନେତ୍ରୀ ଲିଳାବତୀ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।