Odisha news

କୋରେଇ : ଅମୃତିଆ ଗଣ୍ଡଗୋଳର ସମାଧାନ ପାଇଁ ଥାନା ଅଧିକାରୀଣୀଙ୍କୁ ଭେଟିଲା କୋରେଇ କଂଗ୍ରେସର

0

କୋରେଇ ୧୬ା୦୮ : ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଲାଗିଥିବା ଗଣ୍ଡଗୋଳରେ ଗୋଟିଏ ପରିବାର ଓ ତାଙ୍କ ସହଯୋଗି ଅନ୍ୟ ଏକ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ଜଣଙ୍କର ମୃତୁ୍ୟ ହୋଇଯାଇଥିବା ଗୁଜବ ଶୁଣି ଗ୍ରାମବାସୀ ସେଠାରେ ଏକଜୁଟ ହୋଇଯାଇଥିଲେ । ଏହା ଗୋଷ୍ଠୀସଂଘର୍ଷର ରୂପନେଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଁଚି ଆକ୍ରମଣ କାରିଙ୍କୁ ଧରିଥିବା ବେଳେ ଉତକ୍ତ୍ୟ ଲୋକମାନେ ପୁଲିସ୍ ସମ୍ମୁଖରେ ଆକ୍ରମଣ କାରୀଙ୍କୁ ମାରଧର କରିବା ସହ ପୁଲିସ୍ ଗାଡିକୁ ଛାଡି ନଥିଲେ ।

ଖବର ପାଇ ପୁଣି ଦୁଇଟି ଗାଡିରେ ପୁଲିସ୍ ପହଁଚି ଲୋକ ମାନଙ୍କୁ ବାଡାବାଡି କରି ଘୋଡାଇ ଦେଇଥିଲା । ଏଥିରେ ଲୋକେ ଉତ୍ୟକ୍ତ ହୋଇ ପୁଲିସ ଉପରକୁ ପାଲଟା ଆକ୍ରମଣ କରି ଢେଲା ମାଡ଼ କରିବା ଯୋଗୁ ୪ଜଣ ପୁଲିସ ଆହତ ହେବା ସହିତ ପୁଲିସର ୩ଟି ଗାଡ଼ି ଭାଙ୍ଗି ଯାଇଥିଲା । ଏଥିରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଗ୍ରାମରେ ଘନଘନ ଚଢ଼ଉ କରି ଗ୍ରାମର ୧୧ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁଲିସ୍ର ଏତାଦୃଶ କାର୍ଯ୍ୟରେ ସାଧାରଣ ଲୋକେ ଅତିଷ୍ଟ ହୋଇ ପଡ଼ିବା ସହିତ ଗ୍ରାମରେ କୋକୁଆଭୟ ସୃଷ୍ଟି ହୋଇଛି । ଘଟଣାର ସମାଧାନ କରିବାକୁ ଏବଂ ପୁଲିସ୍ର ଗାଁରେ ଘନଘନ ଚଢ଼ଉକୁ ବନ୍ଦକରିବା କରାଯିବାକୁ ନେଇ ଶନିବାର କୋରେଇ ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ପାଣିକୋଇଲି ଥାନା ଅଧିକାରିଣୀ ସସ୍ମିତା ସାହୁଙ୍କୁ ଭେଟି ଆଲୋଚନା କରିଥିଲେ । ସେଠାରୁ ଫେରି ଅମୃତିଆ ଗାଁରେ ପହଁଚି କିଛି ଗ୍ରାମବାସୀଙ୍କୁ ଭେଟି ଏକ ଶାନ୍ତି କମିଟି ଗଠନ କରାଯିବା ସହ କମିଟି ମାଧ୍ୟମରେ ଘଟଣାର ସମାଧାନ ହେଇପାରିବ ସେ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ, କୋରେଇ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ଅମର ବିଶ୍ୱାଳ, ନରହରି କୂଅଁର, ନିରଞ୍ଜନ ନାୟକ, ବିଜୟ କୁମାର ବୋଇତାଇ, ବିଜୟ ବାରିକ, ପୃଥୀରାଜ ପହୀ, ରବୀନ୍ଦ୍ର ମହାରଣା, ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଥାନା ଅଧିକାକାରୀଙ୍କୁ ଭେଟିବା ସହିତ ଅମୃତିଆ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।

Leave A Reply