Odisha news

କୋରେଇ : ଗାଁ ଗାଁ ରେ ବୁଲିଲା ଶ୍ରୀ ଜଗରନ୍ନାଥ ଅର୍ପଣ ରଥ

0
କୋରେଇ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବା ବେଳେ  ଆଜି କୋରେଇ  ବ୍ଲକର ସମସ୍ତ ପଂଚାୟତ ମାନଙ୍କରେ ଶ୍ରୀ ଜଗରନ୍ନାଥ ଅର୍ପଣ ରଥ ଗାଁ ଗାଁ ରେ ବୁଲିବା ଆରମ୍ଭ ହୋଇଛି!ଶ୍ରୀ ଜଗରନ୍ନାଥ ଅର୍ପଣ ରଥକୁ ଶ୍ରଦ୍ଧାଳୁ ମାନେ ଗାଁ ଗାଁ ରେ ସ୍ୱାଗତ କରୁଥିବା ଦେଖାଯାଉଥିଲା!ଶ୍ରୀକ୍ଷେତ୍ର ପୁରୀ ରେ ଶ୍ରୀ ମହାପ୍ରଭୁଙ୍କ ପ୍ରକଳ୍ପ ଶୁଭାରମ୍ବ ଉତ୍ସବ ଉପଲକ୍ଷେ ଶ୍ରଦ୍ଧାଳୁ ମାନେ ଅର୍ପଣ କରୁଥିବା ଅରୁଆଚାଉଳ ଓ ଗୁଆ କୁ ସଂଗ୍ରହ କରାଯାଇଛି!ବରୁଣ୍ଡେଇ ପଞ୍ଚାୟତ ବରୁଣ୍ଡେଇ ଗ୍ରାମ ଶ୍ରୀ  ଦଧିବାମନ ମନ୍ଦିର ଠାରୁ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ପଞ୍ଚାୟତର ୩ଗୋଟି ୱାର୍ଡ ପରିକ୍ରମା କରଯାଇଥିଲା!ରଥ ପରିକ୍ରମା ସମୟରେ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନରେ ଗାଁ ଦାଣ୍ଡ ଉତ୍ସବ ମୁଖର ହୋଇ ଉଠିଛି। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗାଁ। ଶୁଭାରମ୍ଭ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଲିପ୍ସା ପରିଡା, ବି ଡି ଓ ଅଶୋକ ମାଝୀ, ତହସିଲଦାର ଦେବାଶିଷ ରାଉତ, ସମିତି ସଭ୍ୟ ରଶ୍ମି ରଞ୍ଜନ ପରିଡା, ବ୍ଲକ ଯୁବ ସଭାପତି ସୌଭାଗ୍ୟ ମହାନ୍ତି, ପୂର୍ବତନ ସରପଞ୍ଚ ଉଦୟ ନାଥ ପରିଡା, ପିଇଓ ଶ୍ରୀବତ୍ସ ରାଉତ ଙ୍କ ସମେତ ବୋହୁ ଜଗରନାଥ ପ୍ରେମୀ ଉପସ୍ତିତ ଥିଲେ
Leave A Reply