Odisha news

ବନ୍ୟାପାଣୀରେ ବହୁ ଚାଷଜମି ଏବେ ଦଳମୟ

0

କୋରେଇ ୨୯ା୦୮ : କୋରେଇ ବ୍ଲକର ଚଳିତ ବୈତରଣୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛିି । ଯାହାକି ଚାଷୀର ମେରୁ ଦଣ୍ଡକୁ ସମ୍ପୁର୍ଣ୍ଣ ଭାବେ ଦୋହଲାଇ ଦେଇଛି । ବନ୍ୟାପାଣିରେ ବହୁ ବିଲରେ ଧାନଗଛ ପଚି ନଷ୍ଟ ହୋଇ ଯାଇଛି । ସେହିପରି ଭାବେ ବ୍ଲକର ବନ୍ଦାଳୋ ପଂଚାୟତ, ମୁକୁନ୍ଦପୁର ପଂଚାୟତ ଓ ଅମୃତିଆ ପଂଚାୟତର ଭାଟସୋଲପଟା, ହଟପୁର, ଝାଟିଆସାହି, ଜଳନ୍ଦା ଓ ବଗିରିଆ ଗ୍ରାମରେ ଏହି ବନ୍ୟାପାଣି ଚାଷ ଜମିରେ ମାଡିଯିବା ଦ୍ୱାରା ଏହାର ପ୍ରଭାବରେ ବହୁ ଧାନ ବିଲ ଦଳମୟ ହୋଇଯାଇଛି । ବନ୍ୟାପାଣିର ପ୍ରଖର ସ୍ରୋତରେ ପାଟ ମାନଙ୍କରୁ ଦଳ ଗୁଡିକୁ ଭସାଇ ଆଣି ଚାଷ ଜମିରେ ପକାଇ ଦେଇଛି ।

ଯାହାକି ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି ଘଟାଇ ଦେଇଥିବା ବେଳେ ଜମି ଗୁଡିକରେ ଦଳ ମାଡି ଯାଇଥିବାରୁ କିଛିଚାଷୀ ଦଳକୁ ଛାଣି ସଫା କରୁଥିବା ବେଳେ ଅନେକ ଚାଷଜମିରେ ଧାନଚାଷ ସଂପୂର୍ଣ୍ଣ ନଷ୍ଟହେବା ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ଚାଷୀକୂଳ ଚିନ୍ତାରେ । ସେହିପରି ପରିବା ଚାଷ କରି ନିଜର ପରିବାର ପୋଷଣ କରୁଥିବା ଗୌରପୁର ପଂଚାୟତର ବରପାଟଣା, ନୟାହାଟ ପାଟଣା ଓ ସାହାସପୁରର ବହୁ ଚାଷୀମାନଙ୍କର ବିପୁଳ ପରିମାଣରେ କ୍ଷତି ହୋଇଯାଇଛି । ପାଳଜମିରେ ଲଗାଇଥିବା ବହୁ ଭେଣ୍ଡି, ଜହ୍ନି, ବାଇଗଣ, ପୁଟଳ, କାକୁଡି, କଲରା ଆଦି ଅନେକ ପରିବା ଫସଲରେ ବନ୍ୟାପାଣି ମାଡି ଯିବାରୁ ସେଗୁଡିକ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ବନ୍ୟାଜଳ ଛାଡିଯିବା ପରେ ମଧ୍ୟ ଅଦ୍ୟାବଧି କୋରେଇ ବ୍ଳକ କୃଷି ବିଭାଗ ପକ୍ଷରୁ କୌଣସି କର୍ମଚାରୀ ପ୍ରଭାବିତ ହୋଇଥିବା ଚାଷଜମି ଗୁଡିକୁ ପରିଦର୍ଶନରେ ଆସିନଥିବା ବେଳେ କୋରେଇ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ବନ୍ୟାଜଳ ଛାଡିବା ପରେ ବ୍ଲକର ସମସ୍ତ ପଂଚାୟତର ପ୍ରଭାବିତ ଚାଷଜମି ଗୁଡିକୁ ଆକଳନ କରି ରିପୋର୍ଟ ଦେବାକୁ କହିଥିଲେ । ଚାଷଜମିର ଦଳ ଗୁଡିକୁ ସଫା କରିବାକୁ ବନ୍ଦାଳୋ ଗ୍ରାମର ଚାଷୀ ସୁଦର୍ଶନ ସାହୁ, ବଳରାମ ସାହୁ, ଗଙ୍ଗାଧର ସାହୁ, ପୂର୍ଣ୍ଣ ସାହୁ, ନରେଶ ନାଥ, ପରେଶ ନାଥ, ରମେଶ ସେନାପତି, ଭୀକାରୀ ସେନାପତି, ରଂଜନ ସେଠୀ, ଦିଲ୍ଲିପ ଜେନା, ନଟବର ଜେନା, ମଦନ ଜେନା, କିଶୋର ସାହୁ, ଦିନବଂଧୁ ସେନାପତି, ନାଥୁରାମ ଦାସ, ରାମଚନ୍ଦ୍ର ଦାସ, ବାବାଜୀ ଦାସ, ନଟବର ପାଗଳ, ରତ୍ନାକର ସାହୁ, ବଳରାମ ମହାପାତ୍ର, ଚିନ୍ତାମଣି ଜେନା ଦାବୀ କରିଛନ୍ତି

Leave A Reply