କୋଣାର୍କ ; ପେଟ୍ରୋଲ ଦର ବୃଦ୍ଧି କୁ ନେଇ ଆଜି ସାରାଦେଶରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକାରାକୁ ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ କୋଣାର୍କ ବଜାର ଓ ଗୋପ ବଜାର ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। କୋଣାର୍କ ନଗର କଂଗ୍ରେସର ସଭାପତି ଉପେନ୍ଦ୍ର କାଣ୍ଡି ଓ ରାଜ୍ୟ କଂଗ୍ରେସ ର ମିଡ଼ିଆ ସେଲ ର ସମ୍ପାଦକ ସୁବାସ ଚନ୍ଦ୍ର ନାୟକ (ନେତୁ) ଙ୍କ ନେତ୍ୱତ ରେ ଶହଶହ କଂଗ୍ରେସ କର୍ମୀ ବିରାଟ ବାଇକି ରାଲିରେ ବଜାର ପରିକ୍ରମା କରିବା ସହ କୋଣାର୍କ ଭୂବନେଶ୍ୱର ମୂଖ୍ୟ ରାସ୍ତା ସହ ପୁରୀ କୋଣାର୍କ ରାସ୍ତା, କାକଟପୁର କୋଣାର୍କ ରାସ୍ତା ଅବରୋଧ କରିଥିଲେ। ମୋଦି ସରକାର ଙ୍କ ଇସ୍ତଫା ଦାବି ନେଇ କୋଣାର୍କ ମେଡିକାଲ ଛକ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାଜରାସ୍ତାକୁ ବନ୍ଦ କରିଥିବା ସହ ଗୋପ ବ୍ଳକ ,ଗୋପ ବଜାର ବନ୍ଦ କରିଥିଲେ।ଫଳରେ ବଜାର ଖାଲି ଖାଲି ଦେଖିବାକୁ ମିଳିଥିଲା।କୋଣାର୍କ ରୁ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ରିପୋର୍ଟ ସମୟ ଲାଇଭି ।
Comments are closed.