Odisha news

କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନ ରୁ ଖୁବଶୀଘ୍ର କଢ଼ାଯିବ ବାଲି !

0
କୋଣାର୍କ,ସବ୍ୟୁ, 104 ବର୍ଷ ତଳେ ବ୍ରିଟିଶ ଶାସନରେ ମନ୍ଦିରର ସୁରକ୍ଷା ପାଇଁ ଜଗମୋହନରେ ଭରାଯାଇଥିବା ବାଲି ଦବି ଯାଇଥିବା କାରଣରୁ ପଥର କଳାକୃତିର ସଂପନ୍ନ ଏହି ବିଶାଳ ଢାଞ୍ଚା ସୁନ୍ଦର ମନ୍ଦିରର ଟି ଭବିଷ୍ୟତ ରେ ଭୁଷଡି ଯିବାର ଆଶଙ୍କା ଦେଖାଯିବାରୁ ଏହାକୁ ସୁରକ୍ଷା ଦେବାକୁ ଏଏସଆଇ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ଦବି ଥିବା ବାଲି କୁ ଖୁବଶ୍ରୀଘ୍ର କାଢି  ଉକ୍ତ ଦବିବା  ସ୍ଥାନରେ ହାଲକା ବାଲି ଭର୍ତ୍ତି ପାଇଁ ପରୀକ୍ଷା ନିରୀକ୍ଷା ଓ ସର୍ବେ ସରିଥିବା ଜଣାପଡିଛି। ଏହି ବାଲି କାଢ଼ିବା ପାଇଁ କେନ୍ଦ୍ରସରକାର ଓ ଦିଲ୍ଲୀ କାର୍ଯ୍ୟାଳୟରୁ ଅନୁମତି ମଗାଯାଇଛି।ଏହା ଆସିଲା ପରେ ବାଲି କାଢ଼ିବା ପକ୍ରିୟା ଆରମ୍ଭ ହେବ।
୨୦୦୫ରେ ଜଗମୋହନରେ ବାଲି ଦବି ଥିବା ଘଟଣା ପଦାକୁ ଆସିଥିଲା ।୨୦୧୦ରେ ବିଶେଷଜ୍ଞ ମାନଙ୍କୁ କୋଣାର୍କ ଡକାଯାଇ ଏହା ଅନୁଧ୍ୟାନ କରାଯାଇଥିଲା, ଗତ ୨୦୨୦ ଫେବୁୟାରୀ ମାସରେ କୋଣାର୍କ ଯାତ୍ରୀନିବାସ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରପର୍ଯ୍ୟଟକ ମନ୍ତ୍ରୀ, ଏ ଏସ ଆଇର ମହାନିର୍ଦେଶକ ଓ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକ୍ସକ୍ୟୁରି ଙ୍କ ସହ ଉଛପଦସ୍ତ ଅଧିକାରୀ ଏବଂ ବିଶେଷଜ୍ଞ ମାନେ ଯୋଗ ଦେଇ ତର୍ଜମା କରିବାସହ ମନ୍ଦିର ଭିତରୁ ୨୦ ଫୁଟ ବାଲି ଦବି ଥିବା ଜାଣିବାକୁ ପାଇଥିଲେ ଯାହା ମନ୍ଦିର ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଲୋଚନା ହୋଇଥିଲା ତେଣୁ ଏହାକୁ କାଢ଼ିବାକୁ ନିଷ୍ପତି ନିଆଯାଇ ଉକ୍ତ ସ୍ଥାନରେ ହାଲକା ସରୁ ବାଲି ଭର୍ତ୍ତି କରିବାକୁ ପକ୍ରିୟା ଆରମ୍ଭର କରାଯାଇଥିଲା । ଏହା ଖୁବ ଶ୍ରୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।ବର୍ତ୍ତମାନ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷାବଳୟ ଭିତରେ ଅଛି ଏବଂ ଜୀବନ୍ତ ମୃତ୍ତି ଗୁଡିକ ନିଖୁଣ ଥିବା ସ୍ଥାନୀୟ ଏଏସଆଇ ସଂରକ୍ଷଣ ନିରଜ ସିଂ ପ୍ରକାଶ କରିଛନ୍ତି।
Govt
Leave A Reply