ଚନ୍ଦ୍ରଭାଗାରେ କରୋନା କଟକଣା ଜାରି ସତ୍ତ୍ୱେ ମତ୍ସ୍ୟଜୀବିମାନେ ଏହାକୁ ନ ମାନି ବାହାରେ ବୁଲାବୁଲିକୁ ନେଇ ଅସନ୍ତୋଷ ବୃଦ୍ଧି
କୋଣାର୍କ ,ସବ୍ୟୁ :ପୁରୀ ପେଣ୍ଠକଟାର ମତ୍ସ୍ୟଜୀବି ମାନେ ଲୁଚାଛପାରେ ଆସି ଚନ୍ଦ୍ରଭାଗା ନୋଳିଆସାହିରେ ରହୁଥିବା ନେଇ ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ବାହାର ସ୍ଥାନର ଲୋକଙ୍କୁ ଚନ୍ଦ୍ରଭାଗା ନୋଳିଆସାହିରେ ନରଖିବାକୁ ନିବେଦନ କରାଯାଇଥିଲା ।ପରେ ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ନୋଳିଆସାହିର ସମସ୍ତ ପ୍ରବେଶ ଓ ପ୍ରସ୍ଥାନପଥ ସିଲ କରିଦିଆଯାଇ ସାହି ମଧ୍ୟକୁ ଯିବାଆସିବା ଉପରେ କଟକଣା ଜାରି କରାଯାଇଥିଲା ।
ଏପରିକି ପ୍ରଶାସନ ପକ୍ଷରୁ ସାହି ସମସ୍ତ ମତ୍ସ୍ୟଜୀବି ମୁରବୀଙ୍କୁ ନେଇ ଏକ ଜରୁରୀକାଳୀନ ସଚେତନତା ବୈଠକ କରାଯାଇଥିଲା ।ଏହା ସତ୍ତ୍ବେ ମଧ୍ୟ ଏବେ ଚନ୍ଦ୍ରଭାଗା ନୋଳିଆସାହିକୁ ଯିବାଆସିବା ଉପରେ ଲାଗିଥିବା କଟକଣାକୁ କେତେକ ମତ୍ସ୍ୟଜୀବି ମାନୁନଥିବାର ଦେଖାଯାଇଛି । ସେମାନେ ଆସି କୋଣାର୍କ ସମେତ ଅନ୍ୟ ଗାଁ ଗୁଡ଼ିକରେ ମାଛ, ଶୁଖୁଆ ବିକ୍ରି କରୁଥିବାର ଦେଖାଯାଇଛି ।ଯାହାକୁ ନେଇ କୋଣାର୍କ ଅଂଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ମହାମାରୀ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଣାର୍କ ବିନା ମାସ୍କରେ ବାହାରେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।ବିଭିନ୍ନ ସ୍ଥାନରେ ତନଖି କରାଯାଇ ଜୋରିମାନା ଆଦାୟ କରାଯାଉଛି।
