Odisha news

ଦୁର୍ନୀତିର ପର୍ଦ୍ଦାଫାସ ଭୟରେ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକକୁ ସାମ୍ବାଦିକଙ୍କୁ ଡାକିଲାନି ଏନଏସି, ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଲା। 

0
କୋଣାର୍କ – ଦୀର୍ଘ ଦିନ ଧରି କୋଣାର୍କ ଏନଏସି ସ୍ବାଧୀନତା ଦିବସ ପାଳନ  ପ୍ରସ୍ତୁତି ବୈଠକକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାମିଲ କରୁଥିବା ବେଳେ  ଏନଏସି ପ୍ରଶାସନର ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ପେଡି ଖୋଲିବା ଭୟରେ ଚଳିତ ବର୍ଷ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକକୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନ ଡାକିବା ଦୀର୍ଘଦିନର ପରମ୍ପରା ଭଙ୍ଗ ହୋଇଛି ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଓ ଜନସାଧାରଣ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବର୍ଷ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ସମେତ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ନେଇ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଏହାର କାର୍ଯ୍ୟପନ୍ଥା, ରୂପରେଖ ଓ ସମସ୍ତ ବ୍ଯକ୍ତି ବିଶେଷ ମାନଙ୍କ ମତାମତ ଆଧାରରେ ଏହା ପାଳିତ ହେଇଥାଏ। ମାତ୍ର ଚଳିତ ବର୍ଷ କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ଏହାର ବ୍ଯତିକ୍ରମ କରାଯିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ଭୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡକା ଯାଇ ନ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ବୈଠକକୁ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଲେ ଦୁର୍ନୀତି ଅଭିଯୋଗ ପ୍ରଶ୍ନ ପଚାରି କୋଣାର୍କ ଏନଏସି ପ୍ରଶାସନକୁ ହରଡଘଣାରେ ପକାଇବା ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି କୋଣାର୍କର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରୁ ଦୂରେଇ ରଖିବା ନେଇ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମହଲରେ ଜୋରଦାର ଆଲୋଚନା ହେଉଛି । କୋଣାର୍କ ଏନଏସିର ଅଧ୍ୟକ୍ଷା ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କ ଗୁପ୍ତ ମନ୍ତ୍ରଣା ଓ ଦୁର୍ନୀତିର ପେଡି ଖୋଲିବା ଭୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ ନ ଡାକି ଉପେକ୍ଷା କରାଯାଇଛି ବୋଲି ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ କୋଣାର୍କର କାର୍ଯ୍ୟରତ ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ କୋଣାର୍କ ଏନଏସିର ଦୁର୍ନୀତିର ପେଡି ଖୋଲିବା ସହ ସତ୍ଯର ପର୍ଦ୍ଦାଫାସ ନିମନ୍ତେ ନିରବଛିନ୍ନ ଖବର ପରିବେଷଣ ଉପରେ ଗୁରୁତ୍ଵାରୋପ କରାଯିବା ନେଇ କୋଣାର୍କ ଯାତ୍ରୀ ନିବାସ ଠାରେ କୋଣାର୍କ କାର୍ଯ୍ୟରତ ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Leave A Reply