Odisha news

କୋଣାର୍କ ନିକଟସ୍ଥ ବନାଖଣ୍ଡି ପଞ୍ଚାୟତ ବହାରଣା ଗ୍ରାମ ରେ ବୋମା ବିସ୍ଫୋରଣ : ନାବାଳକ ଗୁରୁତର।

0
କୋଣାର୍କ(ସ.ବ୍ୟୁ):-କୋଣାର୍କ ନିକଟସ୍ଥ ବନାଖଣ୍ଡି ପଞ୍ଚାୟତ ଅଧିନସ୍ଥ ବାହାରଣା ଗ୍ରାମ ରେ ବୋମା ବିସ୍ଫୋରଣ ରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।ନାବାଳକ ର ନାମ ଜୟଦେବ ପଣ୍ଡା।ସନ୍ଧ୍ୟା ରେ ନାବାଳକ ଜଣଙ୍କ ନିଜ ସାଥୀ ସହ ଗାଈ ଚରାଇ ଫେରୁଥିବା ସମୟରେ ବିଲ ମଝିରେ ଥିବା ଏକ ଶଙ୍ଖ ତଳୁ ବ୍ୟାଗ ପାଇଥିଲେ। ବ୍ୟାଗ ଖୋଲିବା ପରେ ସେଥିରୁ ଏକ ଡ଼ବା ମିଳିଥିଲା।ଦୁଇ ସାଙ୍ଗ ଡ଼ବା କୁ ଖୋଲିବାକୁ ପ୍ରୟାସ କରିବାରୁ ତାହା ବିସ୍ଫୋରଣ ଘଟିଥିଲା।ଫଳରେ ଘଟଣା ସ୍ଥଳରେ ଜୟଦେବ ପଣ୍ଡା ଙ୍କ ଅବସ୍ଥା ଅତି ଗୁରୁତର ହୋଇପଡିଥିଲା। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ପ୍ରଥମେ ନାବାଳକ କୁ ଗୋପ ମେଡିକାଲ ପଠାଇଥିଲେ ମାତ୍ର ତାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ମେଡିକାଲ ପଠାଇ ଦିଆଯାଇଛି।ଘଟଣା ସ୍ଥଳରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପହଁଚି ତଦନ୍ତ କରୁଛନ୍ତି।
Leave A Reply