କୋଣାର୍କ ଆଶ୍ରମ ସ୍କୁଲରେ ପୁରୁଣା ଗୃହ ସାମଗ୍ରୀ ବିକ୍ରି ଓ ଉନ୍ନୟନ ଯୋଜନାରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ, ଜିଲ୍ଲା ମଙ୍ଗଳ ଅଧିକାରୀ ନୀରବ ଦ୍ରଷ୍ଟା , ଭିଜିଲାନ୍ସ ତଦନ୍ତ ଦାବି
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପରିଚାଳିତ କୋଣାର୍କ ସ୍ଥିତ ଆଶ୍ରମ ସ୍କୁଲର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା, ଭଙ୍ଗା ଯାଇଥିବା ପୁରୁଣା ସାମଗ୍ରୀ ବେଆଇନ ଭାବେ ବିକ୍ରୟ, ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସେବା ଓ ସ୍କୁଲ ହଷ୍ଟେଲ ପରିଚାଳନାରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଖବରରୁ ପ୍ରକାଶ ଯେ କୋଣାର୍କ ସ୍ଥିତ ୬ଲେନ ରାସ୍ତା ନିର୍ମାଣ କାର୍ଯ୍ଯ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ପକ୍ଷରୁ ଆଶ୍ରମ ସ୍କୁଲର ଭଙ୍ଗା ଯାଇଥିବା ଗୃହରୁ ବାହାରି ଥିବା ଲୁହା ଗ୍ରୀଲ, କବାଟ, ଝରକା, ଲୁହା ଆସବାବ ପତ୍ର ଗୁଡ଼ିକ ବିଭାଗ ପକ୍ଷରୁ ବିଦ୍ୟାଳୟର ଉନ୍ନତି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ତାହାକୁ ସର୍ବ ସାଧାରଣ ଙ୍କ ଅଗୋଚରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସରଳତାର ସୁଯୋଗ ନେଇ ବିଦ୍ୟାଳୟର ଜଣେ ଶିକ୍ଷକ ରାତି ଅଧିଆ ସାମଗ୍ରୀ ଗୁଡିକୁ ପ୍ରାୟ ୩ଲକ୍ଷ ଟଙ୍କାରେ ବିକ୍ରି କରିଥିବା କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ସାମଗ୍ରୀ ଗୁଡ଼ିକ ବିଦ୍ୟାଳୟ ପକ୍ଷରୁ ଅପ୍ସନ କରାଯାଇ ବିକ୍ରି ସାମଗ୍ରୀର ଅର୍ଥ ବିଦ୍ୟାଳୟ ଜମା ଖାତାକୁ ଯିବାର ନିୟମ ଥିବା ବେଳେ ବିଦ୍ୟାଳୟର ଜଣେ ଶିକ୍ଷକ କିପରି କାହା ପରାମର୍ଶରେ ଏଭଳି ବେଆଇନ କାର୍ଯ୍ୟ କରିପାରିଲେ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମହଲରେ ଦାବି ହେଉଛି। ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ଭାରପ୍ରାପ୍ତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ସରଳତାର ସୁଯୋଗ ନେଇ ଆଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ନିଜକୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅନପୋଚାରିକ ଭାବେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଆସୁଥିବା ଅର୍ଥ ନାମକୁ ମାତ୍ର ସ୍ବାସ୍ଥ୍ୟ ସେବା କରି ହଜାର ହଜାର ଟଙ୍କା ମିଥ୍ଯା ବିଲ କରି ହରିଲୁଟ କରୁଥିବା ସାଧାରଣରେ ଆଲୋଚନା ହେଉଛି। ସେହିପରି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ବାବଦରେ ଆସୁଥିବା ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟର ବଳକା ଖାଦ୍ୟକୁ ସନ୍ଧ୍ୟାରେ ଆଶ୍ରମ ସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଦେଇ ହଷ୍ଟେଲ ଖାଦ୍ୟ ବାବଦରେ ଆସୁଥିବା ଅର୍ଥ ଅଭିନବ ଉପାୟରେ ହଡ଼ପ କରାଯାଉ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ବିଦ୍ୟାଳୟରେ ଭଙ୍ଗା ଯାଇଥିବା ସାମଗ୍ରୀକୁ କେଉଁ ନିୟମ ଅଧାରରେ ବିକ୍ରି କରାଯାଉଛି ସେ ବାବଦରେ ଆୟ ଅର୍ଥ କୁଆଡେ ଗଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏହି ସାମଗ୍ରୀ ବିକ୍ରି ପଛରେ ବିଦ୍ୟାଳୟର ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ପ୍ରଚ୍ଛନ୍ନ ହାତ ଥିବା ବେଳେ ଏହି ବେଆଇନ କାମରେ ଆଶ୍ରମ ସ୍କୁଲର ଅନ୍ୟ କେଉଁ ମାନଙ୍କ ହାତ ରହିଛି ତାହା ତଦନ୍ତ ସାପେକ୍ଷ। ଏହି ବିଦ୍ୟାଳୟରେ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ଦୂରୁପଯୋଗ ଘଟଣା ଓ ବେଆଇନ ଭାବେ ସାମଗ୍ରୀ ବିକ୍ରି ଘଟଣା ଉପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଜାଣି ଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ଏ ଦିଗରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପଛଘୁଞ୍ଚା ଦେବା କାହା ସ୍ବାର୍ଥରେ ବୋଲି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ଯଦକ୍ଷତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। କୋଣାର୍କ ସ୍ଥିତ ଆଶ୍ରମ ସ୍କୁଲ ଠାରେ ହୋଇଥିବା ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଘଟଣା ଉପରେ ମୁଖ୍ୟମନ୍ତ୍ରୀ, ୫ଟିସଚିବ, ବିଭାଗୀୟ ସଚିବ, ବିଭାଗୀୟ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣା ସମ୍ପର୍କରେ ରବିବାର ପୂର୍ବାହ୍ନରେ କୋଣାର୍କ ସ୍ଥିତ ଆଶ୍ରମ ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି ଅଭିଯୋଗକୁ ଭିତ୍ତିକରି ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ବୟଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ସାମଗ୍ରୀ ବିକ୍ରିର ଅର୍ଥ କୁଆଡେ ଗଲା ତାହାର ବିଧିବଦ୍ଧ ଭାବେ ତଦାରଖ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।