କୋଣାର୍କ – କୋଣାର୍କ ବନବିଭାଗ ଅଧିନସ୍ଥ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲର ନଡିଆ ମଠ ସଂରକ୍ଷିତ ଜଙ୍ଗଲରୁ ଫାଶ ବସାଇ ହରିଣ ଶିକାର କରି ହରିଣଟିକୁ ମାଂସ କରିବା ପାଇଁ ଛାଲ ଉତାରୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ରବିନ୍ଦ୍ର କୁମାର ସ୍ଵାଇଁ ଓ ସହଯୋଗୀ ଫରେଷ୍ଟ ଗାଡି ଘଟଣା ସ୍ଥଳରେ ପହଂଚି ଥିଲେ। ହରିଣଟିର ଛାଲ ଛଡେଇ ମାଂସ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଫରେଷ୍ଟର ରବିନ୍ଦ୍ର କୁମାର ସ୍ଵାଇଁ ଓ ସହଯୋଗୀ ଗାର୍ଡ ନଡିଆ ମଠ ବିଟ ଅଂଚଳରୁ ଛେନୁଅଁ ଗ୍ରାମର ଚନ୍ଦ୍ର ଶେଖର ପ୍ରଧାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନନ୍ଦ ପ୍ରଧାନ, ପଙ୍କଜ ପ୍ରଧାନ ଓ ନଡିଆ ମଠ ଗ୍ରାମର ଦୁର୍ଯ୍ୟୋଧନ ନାୟକ ଚମ୍ପଟ ମାରିଥିଲେ। ସ୍ଥାନୀୟ ବନବିଭାଗର କମ ସଂଖ୍ୟକ କର୍ମଚାରୀ ଘଟଣା ସ୍ଥଳରେ ଥିବାରୁ ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ଅନ୍ୟ ମାନେ ଚମ୍ପଟ ମାରିଥିବା ରେଞ୍ଜର ବେଣୁଧର ବେହେରା ପ୍ରକାଶ କରିବା ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରୁ ଜବତ ହରିଣଟିର ଶବ ବ୍ୟବଚ୍ଛେଦ ପରେ ବନବିଭାଗ କାର୍ଯ୍ୟାଳୟରେ ପୋତା ଯାଇଥିବା ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏ ନେଇ କୋଣାର୍କ ବନବିଭାଗ ପକ୍ଷରୁ କେଶନଂ – ୧ ରୁଜୁ କରାଯାଇ ଦଫା ୯,୨୭,୩୧ ସହ ବନ୍ୟ ପ୍ରାଣୀ ଆଇନର ସୁରକ୍ଷା ୫୧ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା ପ୍ରକାଶ କରିଛନ୍ତି।