Odisha news

କୋଣାର୍କ ଠାରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସ୍ତରୀୟ ସମ୍ମିଳନୀ।

0
କୋଣାର୍କ – କୋଣାର୍କ ଏନଏସି ଅଧିନସ୍ଥ ଅନନ୍ତ ଅବଧୂତ ମଠ ପରିସରରେ ପୁରୀ ଜିଲ୍ଲା ଅଖିଳ ଭାରତ କୃଷକ ସଭାର ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଅଖିଳ ଭାରତ କୃଷକ ସଭାର ପୁରୀ ଜିଲ୍ଲା ସଭାପତି ବରିଷ୍ଠ କୃଷକ ନେତା ମନୋରଞ୍ଜନ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ସମ୍ମେଳନରେ କୃଷକ ସଭାର ସଂପାଦକ କୃଷ୍ଣ ଚନ୍ଦ୍ର ରାଉତ ବିବରଣୀ ପାଠ କରିବା ପରେ ଉପସ୍ଥିତ କୃଷକ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାରଙ୍କ କୃଷକ ମାରଣ ନୀତି ଓ ରାଜ୍ୟ ସରକାରଙ୍କ ଧାନ କିଣାରେ କାଟକୁ ନେଇ ବୈଠକରେ କୃଷକ ନେତା ମାନେ ତୀବ୍ର ସମାଲୋଚନା କରିଥିଲେ। ଚାଷୀ ମାନଙ୍କୁ ୬୦ ବର୍ଷରେ ଭତ୍ତା ପ୍ରଦାନ ସହ ଧାନ, ନଡ଼ିଆ ଓ ପାନ ଚାଷୀ ମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ପାଇଁ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ସମ୍ମିଳନୀକୁ ୧୪ ଜଣ ପ୍ରତିନିଧିଙ୍କୁ ପୁରୀ ଜିଲ୍ଲାରୁ ନିର୍ବାଚିତ ହୋଇଥିବା ବେଳେ ସଭାପତି ଭାବେ ମନୋରଞ୍ଜନ ପରିଡା, ସଂପାଦକ ଭାବେ ବ୍ରଜବନ୍ଧୁ ପରିଡା,   ଉପସଭାପତି ଭାବେ ସୁର ବାରିକ ଓ ସହସଂପାଦକ ଭାବେ ହରିହର ସେନାପତି ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଛି। ଏହି ଜିଲ୍ଲା ସ୍ତରୀୟ ସମ୍ମେଳନରେ କୃଷକ ନେତା ପ୍ରଦୀପ୍ତ କୁମାର ମହାନ୍ତି, ସନାତନ ପାତ୍ର ଓ ଗୋଲଖ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।
Leave A Reply