Odisha news

ଟିକେଟ ନମିଳିବାରୁ ସୂର୍ଯ୍ୟମନ୍ଦିରରେ ଠେଲାପେଲା : ଟିକେଟ କାଉଣ୍ଟର ଓ ମୁଖ୍ୟଦ୍ୱାର ୨ଘଣ୍ଟା ବନ୍ଦ।ପୋଲିସ ଓ ଗଣମାଧ୍ୟମ ହସ୍ତକ୍ଷେପ ପରେ ବିନା ଟିକେଟରେ ପ୍ରେବେଶ କଲେ ପର୍ଯ୍ୟଟକ

0

କୋଣାର୍କ ୧୪:୧୧ ରବିବାର ସୂର୍ଯ୍ୟମନ୍ଦିରରେ ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା I ସୂର୍ଯ୍ୟମନ୍ଦିର ପ୍ରବେଶ ଟିକେଟ ନମିଳିବାରୁ ପର୍ଯ୍ୟଟକମାନଙ୍କୁ ନିରାଶ ହେବାକୁ ପଡିଛି Iଏଏସଆଇ ବିଭାଗର ଦାୟିତହୀନତା ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା ଅଭିଯୋଗ କରିଛନ୍ତି ପର୍ଯ୍ୟଟକମାନେ I ପର୍ଯ୍ୟଟନ ଋତୁରେ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ରବିବାର କୋଣାର୍କରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ରହିଥିଲା I ସୂର୍ଯ୍ୟମନ୍ଦିରରେ  ଟିକେଟ ନମିଳିବାରୁ ଦୁରଦୂରାନ୍ତରୁ ଆସିଥିବା  ପର୍ଯ୍ୟଟକମାନେ ଘୋର ଅସୁବିଧାରେ ସମୁଖୀନ ହୋଇଥିଲେ I ଟିକେଟ କାଉଣ୍ଟର ସମୁଖରେ ଘଣ୍ଟା ଘଣ୍ଟା ଧରି ଟିକେଟ ପାଇଁ ପର୍ଯ୍ୟଟକମାନେ ଅପେକ୍ଷା କରି ରହିଥିଲେ I ପର୍ଯ୍ୟଟକମାନେ ଅନ ଲାଇନ ଟିକେଟ କରିଥିଲେ ମଧ୍ୟ ମୁଖ୍ୟ ଦ୍ୱାର ବନ୍ଦ ହୋଇଯିବାରୁ ଅଧିକାଂଶ ପର୍ଯ୍ୟଟକ ୨ଘଣ୍ଟା ଅପେକ୍ଷା କରି ନିରାଶ ମନରେ ଫେରିଯାଇଥିଲେ I

ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା I ଫଳରେ ମୁଖ୍ୟଦ୍ୱାରରେ ପର୍ଯ୍ୟଟକମାନେ ହୋହାଲ୍ଲା କରି ଠେଲାପେଲା କରିଥିଲେ I ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାର ଓ ପ୍ରବେଶ ପଥ ବନ୍ଦ କରିଦେବାକୁ ନେଇ କେତେକ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଥିଲେ I ପର୍ଯ୍ୟଟଙ୍କ ସଂଖ୍ୟା ବଢ଼ିବାରୁ ଖବର ପାଇ କୋଣାର୍କ ପୋଲିସ ଓ ଗଣମଧ୍ୟମ ପ୍ରତିନିଧିମାନେ ପହଞ୍ଚି ବୁଝାସୁଝା ପରେ ମୁଖ୍ୟ ପ୍ରବେଶ ପଥ ଖୋଲାଯାଇଥିଲା I ପର୍ଯ୍ୟଟକମାନେ ମାଗଣାରେ ପ୍ରବେଶ କରିଥିଲେ I ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରୁ ଏଏସଆଇ ପାଖରେ ପର୍ଯ୍ୟାପ୍ତ ପରିମାଣରେ  ଟୋକନ ନଥିବା ଜଣାପଡିଛି I ଅନ୍ୟପକ୍ଷରେ ସର୍ଭର ଡ଼ାଉନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କର୍ମଚାରୀ କହିଛନ୍ତି I ଏସଏଆଇର  ଅପାରଗତା ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ପ୍ରତିବର୍ଷ ଏହି ପର୍ଯ୍ୟଟନ ଋତୁରେ ଏଭଳି  ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ

Leave A Reply