Odisha news

କୋଣାର୍କ ଶୋଭନୀୟ ଶିକ୍ଷା କେନ୍ଦ୍ର ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର।

0
କୋଣାର୍କ – କୋଣାର୍କ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ କୋଣାର୍କ ସେବା ସଂଗଠନ ଓ ଡ଼ା ଅଗ୍ରୱାଲ ଆଇ ହସ୍ପିଟାଲ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୋଣାର୍କ ବିଜ୍ଞାପନ ଅଂଚଳ ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପନଗରପାଳ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି,ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ବିଦୁଲତା ଶତପଥି, କାଳୀ ମନ୍ଦିର ପରିଚାଳନା କମିଟି ସଭାପତି ଦୁଃଶାସନ ନାୟକ,କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲିକ,ସମାଜସେଵୀ ରାମକୃଷ୍ଣ ମହାନ୍ତି,ସାମାଜିକ କର୍ମୀ ହୃଦାନନ୍ଦ ସେଠି,୫ନଂକାଉସିଲର ନିହାର ରଞ୍ଜନ ବେଉରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଚକ୍ଷୁ ଚିକିତ୍ସା ଶିବିରଟି ସକାଳ ୧୦ଟା ଠାରୁ ଆରମ୍ଭ ହୋଇ ୨ଘଟିକା ପଯ୍ୟନ୍ତ ଚାଲିଥିଲା। ଏହି ଚିକିତ୍ସାରେ ୬୮ଜଣ ବ୍ଯକ୍ତି ଏହି ଶିବିରରେ ଯୋଗଦାନ କରି ମାଗଣାରେ  ଚକ୍ଷୁ  ଚିକିତ୍ସା କରାଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧରେ ଗୀତାଞ୍ଜଳି ସାହୁ, ମନରମା ମିଶ୍ର,ପ୍ରଦୀପ୍ତ କୁମାର ପ୍ରଧାନ, ପ୍ରିୟ ରଂଜନ ରଥ,ନିରଞ୍ଜନ ତ୍ରିପାଠୀ, ବ୍ରଜବନ୍ଧୁ ବିଶ୍ୱାଳଓ ସମ୍ପାଦକ କୁନାଲ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
Leave A Reply