Odisha news

କୋଣାର୍କ ଏନଏସି ପକ୍ଷରୁ କଲ୍ୟାଣ ମଣ୍ଡପ ଲୋକାର୍ପିତ

0

କୋଣାର୍କ – ରବିବାର ଅପରାହ୍ନ ସମୟରେ କୋଣାର୍କ ଏନଏସି ପକ୍ଷରୁ ଲିଂଗ ରୋଡ ପାର୍ଶ୍ଵରେ ୧କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ପାର୍କିଂ ସ୍ଥାନକୁ ମୁଖ୍ୟ ଅତିଥି କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ପକ୍ଷରୁ ନିର୍ମିତ କଲ୍ୟାଣ ମଣ୍ଡପ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଏହି କଲ୍ୟାଣ ମଣ୍ଡପ କୋଣାର୍କ ଏନଏସି ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ବିବାହ ଉତ୍ସବ, ବ୍ରତ ପାଳନ, ଏକାଦଶାହ ସମାରୋହ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ସୁଲଭ ମୂଲ୍ୟରେ ଉପାଦେୟ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଲୋକାର୍ପଣ ଉତ୍ସବରେ ମତବ୍ୟକ୍ତ କରିଛନ୍ତି। କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସତ୍ଯ ପ୍ରକାଶ ମିଶ୍ର, କାଉନସିଲର ବିଶ୍ବମ୍ବର ବିଶ୍ବାଳ, ନିହାର ରଞ୍ଜନ ବେଉରା, ସୌମ୍ୟ ସୌରଭ ଦାଶ, ସମୟ ରଂଜନ ସାହୁ, କୋଣାର୍କ ଏନଏସି ର କନିଷ୍ଠ ଯନ୍ତ୍ରୀ ଜଗଦୀଶ ନାୟକ, ଭାଗ୍ୟରଥି ବରାଳ, ରଂଜନ କୁମାର ସ୍ଵାଇଁ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ କୋଣାର୍କ ଏନଏସି କର୍ମଚାରୀ ମାନେ ଯୋଗଦାନ କରିଥିଲେ।

Leave A Reply