Odisha news

କୋଣାର୍କରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

0

କୋଣାର୍କ – କୋଣାର୍କ ପୋଲିସ ଓ ଜିଲ୍ଲା ପରିବହନ କାର୍ଯ୍ଯାଳୟ ମିଳିତ ଆନୁକୁଲ୍ୟରେ କୋଣାର୍କ ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଂଚଳିକ ପରିବହନ କାର୍ଯ୍ଯାଳୟ ଓ କୋଣାର୍କ ଥାନା ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିବହନ ଅଧିକାରୀ ଅମିତ କୁମାର ରଣା ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଏନସିସି ଅଧିକାରୀ ଅଧ୍ୟାପକ ବିନୟ ଭୂଷଣ ମହାନ୍ତି, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, କାଉନସିଲର ନିହାର ରଞ୍ଜନ ବେଉରା, ହୃଦାନନ୍ଦ ସେଠି ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ସମ୍ପର୍କରେ ପଥଚାରୀ ମାନଙ୍କୁ ବୁଝାଇବା ସହ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଞ୍ଚଳର ସାମାଜିକ କୁନାଲ ପାତ୍ର, ସୌମ୍ୟରଞ୍ଜନ ମହାରଣା, ଆଭାସ ମୁଦୁଲି ଓ ପ୍ରିୟ ରଂଜନ ରଥ ପ୍ରମୁଖ ସହାୟତା କରିଥିଲେ।

Leave A Reply