ବେଳାମାର୍ଗ ରୁ ପର୍ଯ୍ୟଟକ ଙ୍କ ଠାରୁ ଲୁଟୁ,ଦୁଇ ଅଭିଯୁକ୍ତ ଗିରଫ : ରାମଚଣ୍ଡୀ ପୋଲିସି ର ତ୍ୱରିତ ପଦକ୍ଷେପ ରେ ସାଧାରଣ ରେ ପ୍ରଶଂସା
କୋଣାର୍କ:୦୧/୦୯ ପୁରୀ କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ର ଲିଆଖୁଆ ବ୍ରିଜି ନିକଟ ରାସ୍ତା ଉପରେ ଛିଡ଼ାହୋଇ ଯୁବକ ଯୁବତୀ ଦୁଇଜଣ ଫଟୋ ଉଠାଉ ଥିଲାବେଳେ ସେମାନେ ଲୁଟ ହୋଇଥିବା ଖବର ଜଣାପଡିଛି ।ଖବର ନେବାରେ ଜଣାପଡେକି ପିପିଲି ଅଂଚଳର ଜଣେ ଯୁବକ ଓ ଯୁବତୀ ସାଥି ହୋଇ ମଟରସାଇକେଲ ରେ କୋଣାର୍କ ବୁଲି ଆସି ରାମଚଣ୍ଡୀ ନିକଟସ୍ଥ ଲିଆଖିଆ ବ୍ରିଜି ନିକଟ ରାସ୍ତା କଡର ସୁନ୍ଦର ବୃକ୍ଷରାଜି ର ଦୃଶ୍ୟ କୁ ନେଇ ବିଭିନ୍ନ ପର୍ଯ୍ୟଟକଙ୍କ ପରି ମୁଖ୍ୟରାସ୍ତା ରେ ସେମାନେ ଫଟୋ ଉଠାଉ ଥିଲାବେଳେ ଘଟଣାସ୍ଥଳରେ ଦୁଇଯୁବକ ମଟରସାଇକେଲେ ରେ ସେଠାରେ ପହଂଚି ସେମାନଙ୍କୁ ଧମକଚମକ ଦେଇ ମାଡ଼ମାରି ୨ ଗୋଟି ମୋବାଇଲି ଫୋନ ଛଡାଇ ନେବା ସହିତ ପାଖରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିଲେ ।
ତାସହିତ ଧମକଚମକ ଦେଇ ଫୋନପେ ମାଧ୍ୟମରେ ମଧ ୩୦୦୦ ଟଙ୍କା ସେମାନଙ୍କ ଠାରୁ ନେଇ ସେଠାରୁ ମଟର ସାଇକେଲ ରେ ଦୁଇଜଣ ଫେରାର ହୋଇଯାଇଥିଲେ ।ଏ ନେଇ ରାମଚଣ୍ଡୀ ଥାନା ରେ ସେମାନେ ତୁରନ୍ତ ଲିଖିତ ଅଭିଯୋଗ କଲା ପରେ ରାମଚଣ୍ଡୀ ଥାନା ପକ୍ଷରୁ ତୁରନ୍ତ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତ ଯୁବକଙ୍କୁ ପୋଲିସି ଗିରଫ କରିବା ସହିତ ସେମାନେ ଚଳାଉଥିବା ୨ ଗୋଟି ମଟରସାଇକେଲ ସହିତ ଲୁଟ କରିଥିବା ୨ ଟି ମୋବାଇଲ ଫୋନ ,ସମସ୍ତ ଟଙ୍କା ପୋଲିସ ଜବତ କରିଥିବା ଜଣାପଡ଼ିଛି ।ଦୁଇ ଅଭିଯୁକ୍ତ ରାମଚଣ୍ଡୀ ନିକଟସ୍ଥ ଟିକିନା ଗ୍ରାମର ବିଜୟ କୁମାର ବେହେରା(୨୫) ବଟକୃଷ୍ଣ ବେହେରା(୨୭) ବୋଲି ଜଣାପଡିଛି । ଏହି୨ ଅଭିଯୁକ୍ତ ବିଭନ୍ନ ସମୟରେ ଅନେକ ପର୍ଯ୍ୟଟକଙ୍କ ଠାରୁ ଏପରି ରାହାଜାନୀ କରିଥିବା ବେଳେ ଧରା ପଡିନଥିବା ସୂଚନା ମିଳିଛି। ଏ ନେଇ ରାମଚଣ୍ଡୀ ଥାନା ପକ୍ଷରୁ ୮୬/୨୨ ଆଇପିସି ଧାରା ୩୯୪ ଦଫା ରେ ମାମଲା ରୁଜୁ କରାଯାଇ ଉଭୟ ଙ୍କୁ ଜେଲେ ପଠାଇଦିଆଯାଇ ଥିବା ରାମଚଣ୍ଡୀ ଥାନା ଅଧିକାରୀ ନାରାୟଣ ଲେଙ୍କା ସୂଚନା ଦେଇଛନ୍ତି ।ରାମଚଣ୍ଡୀ ଥାନାର ନୂତନ ଥାନା ଅଧିକାରୀ ଶ୍ରୀ ଲେଙ୍କା ଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ କୁ ନେଇ ରାମଚଣ୍ଡୀ ଥାନାର ସଫଳତା କୁ ନେଇ ସାଧାରଣ ରେ ପ୍ରଶଂସା କରାଯାଇଅଛି ।