ଜିଲ୍ଲାସ୍ତରୀୟ ଟାଇକୁଣ୍ଡ ଚମ୍ପିୟାନ ରେ କୋଣାର୍କ “ବ୍ଲାକପାଗୋଡା ଟାଇକୋଣ୍ଡ ଏକାଡେ଼ମୀ “ର ସଫଳତା ,୧୦ ସ୍ଵର୍ଣ ,୧୦ରୌପ୍ୟ,୮ ଟି ବ୍ରୋଞ୍ଚ ପଦକ ହାସଲ ।*
କୋଣାର୍କ:୨୮/୬ ୧୫ ତମ ପୁରୀଜିଲ୍ଲା ଟାଇକୋଣ୍ଡ ଚମ୍ପିୟାନସିପି ରେ କୋଣାର୍କ ଅଂଚଳର ସୁନାମଧନ୍ୟ “ବ୍ଲାକପାଗୋଡ଼ା ଟାଇକୋଣ୍ଡ ଏକାଡେ଼ମୀ ସବୁ ବର୍ଷ ପରି ତାର ସଫଳତା ପୁଣି ଦୋହରାଇ ସମଗ୍ର କୋଣାର୍କବାସି ଙ୍କର ପ୍ରଶଂସାର ପାତ୍ର ପାଲଟିଛି ।
ପୁରୀ ଜିଲ୍ଲା ର ୧୧ ଟି ଟାଇକୁଣ୍ଡୁ କ୍ଲବ ର ୧୪ ଗୋଟି ଟ୍ରେନିଂ ସେଣ୍ଟର ର ଛାତ୍ର ଛାତ୍ରୀ ମାନେ ଗତ ୨୪ ରୁ ୨୬ ତାରିଖ ୩ଦିନ ଧରି ପୁରୀ ରେଳଭବନ ର ଇଣ୍ଡୋରହଲ ପରିସରରେ ଚାଲିଥିବା ୧୫ ତମ ପୁରୀଜିଲ୍ଲା ଟାଇକୋଣ୍ଡୁ ଚାମ୍ପିୟାନସିପି ରେ ବ୍ଲାକପାଗୋଡ଼ା ଟାଇକୋଣ୍ଡୁ ଏକାଡେ଼ମୀ ର ଛାତ୍ରଛାତ୍ରୀ ମାନେ ଗୁରୁ ଶଶୀଭୂଷଣ ବାରିକ ଙ୍କ ନେତୃତ୍ୱ ରେ ଭାଗ ନେଇ ୧୦ ଗୋଟି ସ୍ଵର୍ଣ,୧୦ ଗୋଟି ରୁପା ସହିତ ୮ ଗୋତି ବ୍ରୋଞ୍ଚ ପଦକ ହାସଲ କରିବା ସହିତ ଜିଲ୍ଲାର ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।ଏନେଇ କୋଣାର୍କ ଅଂଚଳ ର ବିଭିନ୍ନ ଅନୁଷ୍ଠାନ ,ବୁଦ୍ଧିଜୀବି ଙ୍କ ପକ୍ଷରୁ ପ୍ରଶିକ୍ଷକ ଶଶୀଭୂଷଣଙ୍କୁ ଭୁରି ଭୁରି ପ୍ରସଂସା କରିବା ସହିତ ଧନ୍ୟବାଦ ଦେଇଛନ୍ତି ।
ପ୍ରଶିକ୍ଷକ ଶଶୀଭୂଷଣ ବାରିକ ଙ୍କ ନିଷ୍ଠାପର ପ୍ରଶିକ୍ଷଣ କୁ ନେଇ ଏହି ସଫଳତା ଛାତ୍ରଛାତ୍ରୀ ଙ୍କୁ ମିଳିଥିବାକୁ ନେଇ ବିଭିନ୍ନ ମହଲରେ ଚର୍ଚା ହେଉଛି।ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଲକ୍ଷନେଇ କୋଣାର୍କ ରେ “ବ୍ଲାକପାଗୋଡ଼ା ଟାଇକୋଣ୍ଡୁ ଏକାଡେ଼ମୀ ” ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାକୁ ଜୁ କ୍ରୀଡାମନ୍ତ୍ରୀ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହୋଇଛି ।