Odisha news

ଓଡ଼ିଶା ଗୋତିମୁକ୍ତ ଆନ୍ଦୋଳନ ଦାବି କୁ ନେଇ “ବାରିକସମାଜ ” ର କୋଣାର୍କ ରେ ପ୍ରେସମିଟ

0
କୋଣାର୍କ:- ୨୩/୬ ସାରା ରାଜ୍ୟରେ ବିଭିନ୍ନ ଗାଁ ଗହଳି ରେ ଗୋତି ଶ୍ରମିକ ଭାବେ କାର୍ଯ୍ୟରତ ବିଭିନ୍ନ ସମ୍ପ୍ରଦାୟ ର ଲୋକ ମାନଙ୍କୁ ଗୋତି ଶ୍ରମିକ ରୁ ମୁକ୍ତ କରିବା ନିମନ୍ତେ ଗୋତି ଶ୍ରମିକ ଉଚ୍ଛେଦ ପ୍ରଥା ଆଇନି  ୧୯୭୬ ଧାରା୧୨ ଅନୁଯାୟୀ  ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତ ସହିତ ସୁରକ୍ଷା ଦେବାନିମନ୍ତେ ବ୍ୟବସ୍ଥା କରାଯାଇଛି । ସରକାର ନିର୍ଦେଶ ମୁତାବକ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଙ୍କ ଠାରୁ ଗୋତି ମୁକ୍ତ ସାର୍ଟିଫିକେଟ ପାଇଥିବା ସମସ୍ତ ବ୍ୟକ୍ତି ଙ୍କୁ ସରକାରଙ୍କ ପକ୍ଷରୁ  ମିଳିବାକୁ ଥିବା ଆର୍ଥିକ ଅନୁଦାନ ସହାୟତ ଟଙ୍କା ପ୍ରଦାନ ଯଥା ଶୀଘ୍ର କରିବା ପାଇଁ ଦାବି କରିବା ସହ ସେମାନଙ୍କର ସୁରକ୍ଷା ପ୍ରଦାନ କୁ ନେଇ ପୁରୀ ଜିଲ୍ଲା ଗୋପବ୍ଲକ,ଅସ୍ତରଙ୍ଗ ବ୍ଲକ ଓ କାକଟପୁର ବ୍ଲକ ର   “ବାରିକ ସାମଜ” ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି କୋଣାର୍କ ସ୍ଥିତ ମୈତ୍ରୀ ବିହାର ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କାକଟପୁର,ଅସ୍ତରଙ୍ଗ ଓ ଗୋପ ବ୍ଲକ ର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ବାରିକ ଜାତିର ସରକାରଙ୍କ ଠାରୁ ଗୋତି ଶ୍ରମିକ ସାର୍ଟିଫିକଟେ ପାଇଥିବା ବ୍ୟକ୍ତି ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଓଡିଶା ଗୋତି ମୁକ୍ତ ଆନ୍ଦୋଳନ ର ଆବାହକ କିଶନ ପଟ୍ଟନାୟକ ଯୋଗ ଦେଇଥିଲେ।ଗୋତି ମୁକ୍ତ ଆନ୍ଦୋଳନ ର ଗୋପ ବ୍ଲକ ସଭାପତି ରତ୍ନାକର ବାରିକ, କାକଟପୁର ବ୍ଲକ ସଭାପତି ସୁନୀଲ ବାରିକ, ଅସ୍ତରଙ୍ଗ ବ୍ଲକ ସଭାପତି ନରେନ୍ଦ୍ର ବାରିକ ଙ୍କ ଆହ୍ୱାନ ରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ   ବାରିକ ଜାତିର ଗୋତି ଶ୍ରମିକ ମାନେ ଏକଜୁଟ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋତି ଶ୍ରମିକଙ୍କ ସୁରକ୍ଷା,ସଂମ୍ମାନ ଓ ଆର୍ଥିକ ସହାୟତ ସରକାରଙ୍କ ପକ୍ଷରୁ କିପରି ଦୃଢ ନିଶ୍ଚିନ୍ତ କରାଯାଇ ପାରିବ ଓ ସେମାନେ କିପରି ସମାଜରେ ସ୍ୱାଧୀନ ଭାବେ ନିଜର ବୃତି କୁ ଆପଣେଇ କାର୍ଯ୍ୟ କରିବେ ସେ ନେଜ ବିସ୍ତୃତ ଅଲୋଚନ କରିଥିଲେ । ଗୋତି ଶ୍ରମିକରୁ ମୁକ୍ତି ପାଇ  କାକଟପୁର ବ୍ଲକ ର ଜଣେ ବିଧବା ମହିଳା କିପରି ଏହି ବାରିକ ସେବା କାର୍ଯ୍ୟ କରି ନିଜର ପରିବାର ପୋଷଣ କରୁଥିବା ଓ ଏହା ବାରିକ ଜାତି ର ସମାଜ ପ୍ରତିଏକ ଉଧାରଣ ପାଲଟିଥିବା ଉକ୍ତ ବୈଠକରେ ଆଲୋଚନାର ମୁଖ୍ୟବିଷୟ ପାଲଟିଥିଲା। ଏହି କାର୍ଯ୍ୟକ୍ରମ କୁ ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ର ବାରିକ ସମାଜ ର ଗୋତି ମୁକ୍ତ ଆନ୍ଦୋଳନ ର ମୁଖ୍ୟ
ପ୍ରଭାକର ବାରିକ ଆୟୋଜନ କରିଥିଲେ।
Leave A Reply