ବାତ୍ୟା” ଅସାନି “କୁ ନେଇ ଚନ୍ଦ୍ରଭାଗା ରେ କୋଣାର୍କ ଥାନା ଓ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ, ପର୍ଯ୍ୟଟକ ଙ୍କୁ କଲେ ସଚେତନ
କୋଣାର୍କ:- ୧୦/୫ ବାତ୍ୟା ଅସାନି କୁ ନେଇ ଅଶାନ୍ତ ରହିଛି ସମୁଦ୍ର। ପାଣିପାଗ ବିଭାଗ ର ଆକଳନ ଅନୁସାରେ ବାତ୍ୟା ର ପ୍ରଭାବ ଉପକୂଳ ଓଡ଼ିଶାରେ ଏତେ ମାତ୍ରା ରେ ନପଡିଲେ ମଧ୍ୟ ବାତ୍ୟା କୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।ବାତ୍ୟା ଅସାନି କୁ ନେଇ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ରେ ଅଗ୍ନିଶମ ବିଭାଗ ଓ କୋଣାର୍କ ଥାନା ପକ୍ଷରୁ ମକଡ୍ରିଲ କରାଯିବା ସହିତ ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ନିକଟକୁ ନଯିବା ପାଇଁ ବାରଣ କରାଯିବାସହିତ ସଚେତନ କରିଥିଲେ ।
ଵିଶେଷ କରି ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର କୁ ନଯିବା ପାଇଁ ମଧ୍ୟ ବାରଣ କରାଯାଇଛି। ସମୁଦ୍ର କୂଳରେ ଥିବା ଏଟିଭି ବାଇକ ଗୁଡିକୁ ହଟା ଯାଇଛି। ବାତ୍ୟା ର ପ୍ରଭାବ ରେ ସମୁଦ୍ର ଭୀଷଣ ଭାବେ ଅଶାନ୍ତ ଥିବାରୁ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ସଜାଗ ରହିଛି ପ୍ରଶାସନ।କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଚମ୍ପାହର ଅଗ୍ନିଶମ ବିଭାଗ ର ଅଧିକାରୀ ତୁଷାରକାନ୍ତି ପରିଜା, ଟୁରିଷ୍ଟ ପୋଲିସ ର କର୍ମଚାରୀ, ଲାଇଫ ଗାର୍ଡ ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟକ ଙ୍କୁ ସଚେତନ କରାଇବା ସହ ସମୁଦ୍ର କୂଳରେ ନବୁଲିବାକୁ ପରାମର୍ଶ ଦେଇଥିଲେ।