କୋଣାର୍କ :- କୋଣାର୍କ ଥାନା ଅଧୀନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଦିବାକର ଜେନା ଙ୍କ ଗତକାଲି ପରଲୋକ ହୋଇଯାଇଛି। ସ୍ବର୍ଗତ ଜେନା ପୂର୍ବରୁ କୁରୁଜଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୦ମସିହାରେ ସରକାରୀ ଚାକିରୀ ଛାଡ଼ି କଂଗ୍ରେସରେ ଯୋଗଦାନ କରିଥିଲେ। ଦୀର୍ଘ ୪୧ ବର୍ଷ ଧରି ନିଜକୁ ରାଜନୀତି କ୍ଷେତ୍ରରେ ରଖି ଗରିବ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ଜଣେ ମିଷ୍ଟଭାଷୀ ପରୋପକାରୀ, ଦୟାଳୁ ସ୍ଵଭାବ ଓ ସମାଜସେବୀ ଭାବରେ କୋଣାର୍କ ତଥା ସମଗ୍ର ପୁରୀଜିଲ୍ଲା ରେ ବେଶ ପରିଚିତ ଥିଲେ। ସ୍ବର୍ଗତ ଜେନାଙ୍କ ଗତକାଲି ହଠାତ ଗ୍ଯାସ ବଢିଯିବାରୁ ପ୍ରଥମେ ଗୋପ ଓ ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ପୂର୍ବାହ୍ନରେ ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ କୋଣାର୍କ ବଜାର ପରିକ୍ରମା କରାଯାଇ ପରେ କୋଭିଡ ନିୟମ ଅନୁଯାୟୀ ମୃତ ଶରୀର କୁ କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ପରିକ୍ରମା
କରାଯିବା ସହ ଧନିତ୍ରୀ ଗ୍ରାମ ଶଶ୍ମାନ ଠାରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ସେଠାରେ ବଡପୁଅ କୃଷ୍ଣ ଚନ୍ଦ୍ର ଜେନା ମୁଖାଗ୍ନି ଦେଇଥିଲେ।ତାଙ୍କ ମୃତ୍ୟୁ ରେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ରବୀନ୍ଦ୍ର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର,ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ, କାଦୁଆନୂଆଗାଁ ସରପଞ୍ଚ ସୁଷମା କୁମାରୀ ଦେଇ, ପୁରୀ ଜିଲ୍ଲା ବିଜେଡ଼ି ଉପସଭାପତି କୈଳାସ ଚନ୍ଦ୍ର ଲେଙ୍କା, ପୂର୍ବତନ ସରପଞ୍ଚ ଭୀମସେନ ସେଠୀ, କୁରୁଜଙ୍ଗ ସରପଞ୍ଚ ନିଗମାନନ୍ଦ ପରିଡା ଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ଯକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶବଧାରାରେ ଭାରତୀୟ ଜାତୀୟ କଂଗ୍ରେସର ପତାକା ରଖାଯାଇ କଂଗ୍ରେସ ଦଳ ପକ୍ଷରୁ ଅଶ୍ରୁଳ ବିଦାୟ ଦିଆଯାଇଥିଲା।
Comments are closed.