କୋଣାର୍କ – ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୁର୍ତି ଉପଲକ୍ଷେ ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ପ୍ରଚାର କରିବା ଉଦେ୍ଧଶ୍ୟକୁ ନେଇ ଝାରସୁଗୁଡାରୁ ଜାନୁଆରୀ ୧୩ତାରିଖରେ ଆରମ୍ଭ ହୋଇଥିବା ଗାନ୍ଧିଜୀଙ୍କ ପଦଯାତା୍ର ଦଳକୁ ବୁଧବାର ପୂର୍ବାହ୍ନରେ କୋଣାର୍କ ରାଜାରାମ ଆଶ୍ରମ ପରିସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱଜିତ୍ ରାୟ , ମାନସ ପଟ୍ଟନାୟକ ,ରଞିତ ଦେଉରି ଆରମ୍ଭ କରିଥିଲେ । ପରେ ବିଭିନ୍ନ ଜିଲ୍ଲାର ସ୍ୱେଚ୍ଚାସେବୀ ମାନେ ସାମିଲ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ଅହିଂସା ନୀତିକୁ ପ୍ରଚାର କରିବାସହ ବିଭିନ୍ନ ପଥପା୍ରନ୍ତ ନାଟକ ମାଧ୍ୟମରେ ଜନସାଧାରଣ ମାନଙ୍କୁ ଅବଗତ କରୁଛନ୍ତି ।କୋଣାର୍କଠାରେ ଉକ୍ତ ଦଳ ପହଂଚିବା ପରେ କୋଣାର୍କ ନାଗରିକ ସଂଗଠନ , କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ବିଭିନ୍ନ କର୍ମକର୍ତା ମାନେ ଯୋଗଦେଇ ଉକ୍ତ ସଦଭାବନା ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋଣାର୍କର ଅର୍କଶୀ୍ରର ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ହରିଶ ଚନ୍ଦ୍ର ଦାଶ , ନାଟ୍ୟଦୀପ କଳାଅନୁଷ୍ଟାନ ର ସଭାପତି କାଳନ୍ଦୀ ସ୍ୱାଇଁ , ସମ୍ପାଦକ ନେତ୍ରନନ୍ଦ ମହାରଣା , ସୁରକ୍ଷା ସମିତିର ଆବାହକ ଭାଗିରଥୀ ସ୍ୱାଇଁ ଓ ଶୋଭନୀୟ ଶିକ୍ଷାଶ୍ରମର ବଡଗୁରୁମା ରୁକ୍ମୀଣି ଦେବୀ ପ୍ରମୁଖ କୋଣାର୍କର
ଜଗନ୍ନାଥ ମନ୍ଦିର ନିକଟରେ ଉପସ୍ଥିତ ରହି ସଦଭାବନା ଯାତ୍ରା ଦଳକୁ ଅଭ୍ୟର୍ଥନା ଜଣାଇଥିଲେ । ଏହି ସଦଭାବନା ଯାତା୍ର ଜାନୁଆରୀ ୩୦ ତାରିଖଦିନ ଗୋପବନ୍ଧୁ ଙ୍କର ଜନ୍ମସ୍ଥାନ ସୁଆଣ୍ଡୋ ରେ ଉଦଯାପିତ ହେବ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ନିରଞନ ତୀ୍ରପାଠୀ ଓ ପି୍ରୟ ରଞନ ରଥ ପରିଚାଳନା କରିଥିଲେ ।
Next Post