Odisha news

ଦୁଇ ମହିଳାଙ୍କୁ ଗୁଣିଆ ସନ୍ଦେହରେ ସଘଂବନ୍ଧ ଆକ୍ରମଣ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ

0
ରାୟରାୟଗଡ଼ା ,ପୌରପରିଷଦର ମାଙ୍କଡ଼ଝୋଲା ସାହିରେ ଦୁଇ ଜଣ ମହିଳାଙ୍କୁ ଗୁଣିଆ ସନ୍ଦେହରେ ସାହି ବାସିନ୍ଦା ମାନେ ସଘଂବଦ୍ଧ ହୋଇ ଆକ୍ରମଣ କରିଛନ୍ତି। ଗୁରତ୍ବର ଅବସ୍ଥାରେ ଦୁଇଜଣ ମହିଳାଙ୍କୁ ଏକ ଘର ଭିତରୁ ପୁଲିସ ଉଦ୍ଧାର କରିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଉଭୟ ମହିଳା ଦୁଇ ଭଉଣୀ ବୋଲି ଜଣାପଡିଛି।
ପ୍ରଶାସନ ତରଫରୁ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ଦୁରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ,ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମ ମାନ ଜାରିରହିଥିଲେ ସୁଦ୍ଧା ଦୁର ହୋଇପାରୁନାହିଁ ଅନ୍ଧବିଶ୍ୱାସ। ଏହି  ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚେତନର ବାର୍ତ୍ତା ଯାହାକି ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉ ନାହାନ୍ତି ମଣିଷ। ଯାହାଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରିଛି ଏହି ଘଟଣା। ସୂଚନା ଅନୁଯାୟୀ ରାୟଗଡା ସଦର ପୌରପରିଷଦ ମାଙ୍କଡଝୋଲା ଅଂଚଳର ସନ୍ତୋଷ ଯାନୀ ନାମକ ବ୍ୟକ୍ତି  ପକ୍ଷାଘାତ ରୋଗା ଗ୍ରସ୍ତ ହେବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସନ୍ତୋଷ ଯାନୀଙ୍କ ମୃତ୍ୟୁ ହୋଇଥିଲା।ତାଙ୍କ ମୃତ୍ୟୁକୁନେଇ ମାଙ୍କଡଝୋଲା ଅଂଚଳର ଦୁଇ ମହିଳାଙ୍କୁ ଗୁଣିଆ କରିବା ସନ୍ଦେହ କରି କିଛି ବ୍ୟକ୍ତି ଦୁଇ ମହିଳା ସବିତା ଜାନୀ,ଗାଲମା ମୁଦୁଲିଙ୍କୁ ୧୨ ଘଣ୍ଟା ଧରି ନିର୍ଯ୍ୟାତନାଦେବା ସହ  ତୁହାକୁ ତୁହା ଘର ଭିତରୁ ଟାଣି ନେଇ ନିସ୍ତୁକ ମାଡ଼ ମାରିବା ସହ ମରଣାନ୍ତକ  ଆକ୍ରମଣ କରିଥିବା ଜଣାପଡିଛି। ରାୟଗଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଗୋଟିଏ ବନ୍ଦ ଘରରୁ ଉଦ୍ଧାର କରି ମୁଖ୍ୟାଳୟରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିବା ରାୟଗଡ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ପ୍ରକାଶ କରିବା ସହ ଆଜି ମାଙ୍କଡ଼ଝୋଲା ଯୁବକ ମାନଙ୍କୁ ଥାନାକୁ ଆଣି ପଚରାଉଚରା ଚାଲିଛି।
Leave A Reply