Odisha news

ନୂଆ ବର୍ଷ ରେ ପ୍ରଥମ ସୂର୍ଯ୍ୟ ଉଦୟ ଦେଖି ବାକୁ ଚନ୍ଦ୍ରଭାଗା ବେଳାଭୂମି ରେ ପର୍ଯ୍ୟଟକ ଙ୍କ ଭିଡ

0

କୋଣାର୍କ : ପୁରୁଣା ବର୍ଷ କୁ ବିଦାୟ ଦେଇ ନୁଆ ବର୍ଷ ୨୦୨୧ କୁ ସ୍ୱାଗତ କରୁଛନ୍ତି ବିଶ୍ବ ବାସୀ। ନୁଆ ଆଶା, ନୁଆ ବିଶ୍ବାସ ଓ ନୁଆ ଆକାଂକ୍ଷା କୁ ନେଇ ଶୁକ୍ରବାର ସକାଳୁ କୋଣାର୍କ ଚନ୍ଦ୍ରଭାଗା ରେ ପର୍ଯ୍ୟଟକ ଙ୍କ ଗହଳି ଦେଖିବାକୁ ମିଳିଛି। କୋଣାର୍କ ଚନ୍ଦ୍ରଭାଗା ରେ ସୂର୍ଯ୍ୟଙ୍କବର୍ଷ ର ପ୍ରଥମ ଆବିର୍ଭାବ ହେଉଥିବା ଯୋଗୁଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ସୂର୍ଯ୍ୟଙ୍କ ପହିଲି କିରଣ ଦେଖିବାକୁ  ଏଠି ସମାଗମ ହୋଇଥିଲା।

ସକାଳ ୬.୩୦ ମିନିଟ୍ ରେ ସୂର୍ଯ୍ୟ ଉଦୟ ହେବା ପରେ ପର୍ଯ୍ୟଟକ ମାନେ ଏହାକୁ ଆନନ୍ଦ ଉଲ୍ଲାସ ର ସହ ଉପୋଭୋଗ କରିଥିଲେ।  ରାତି ୧୦ ଟାରୁ ନୂଆ ବର୍ଷ ସକାଳ ୫ ଟା ପର୍ଯ୍ୟନ୍ତ କୋଭୀଡ କଟକଣା ପାଇଁ ଜିରୋ ନାଇଟ ସେଲିବ୍ରେସନ୍ ବନ୍ଦ ରହିବା ସହିତ ନାଇଟ କର୍ଫ୍ୟୁ ଜାରି ରହିଥିଲା ଯେଉଁଥି ପାଇଁ ଲୋକ ମାନେ ଘରେ ରହି ନୂଆ ବର୍ଷ ପାଳନ କରିଥିଲେ। ଶୁକ୍ରବାର ସକାଳୁ ନାଇଟ କର୍ଫ୍ୟୁ ହଟିବା ପରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଙ୍କ ଭିଡ ଚନ୍ଦ୍ରଭାଗା ବେଳାଭୂମି ରେ ପରିଲିକ୍ଷିତ ହୋଇଥିଲା ।

ଚଳିତ ବର୍ଷ କୋଣାର୍କ ,ଚନ୍ଦ୍ରଭାଗା ଓ ରାମଚଣ୍ଡୀ ରେ କୋଭିଡ଼ି କଟକଣା ଯୋଗୁଁ ପର୍ଯ୍ୟଟକ ମାନେ ଭୋଜି ଭାତ କରିନଥିଲେ ।କେବଳ   ନୁଆ ବର୍ଷ ପାଳନ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ,ରାମଚଣ୍ଡୀ ପୀଠ ଓ ଚନ୍ଦ୍ରଭାଗା ରେ  ନିଜ ପରିବାର ଓ ସାଙ୍ଗ ସାଥୀଙ୍କ ସହ ବୁଲି ନୂତନ ବର୍ଷ ୨୦୨୧କୁ ପାଳନ କରିଥିଲେ । ଶୁକ୍ରବାର ଦିନ ତମାମ ବହୁ ସଂଖ୍ୟାରେ ପର୍ଯ୍ୟଟକ ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ସମାଗମ ହୋଇଥିଲା। ପର୍ଯ୍ୟଟକ ମାନେ ଉତ୍ସାହ ର ସହ ସୂର୍ଯ୍ୟ ମନ୍ଦିର ବୁଲୁଥିବା   ଦେଖିବାକୁ ମିଳିଥିଲା ।  କୋଣାର୍କ ଓ ରାମଚଣ୍ଡୀ ଥାନା ପକ୍ଷରୁ ଟ୍ରାଫିକି ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ପାଇଁ ପେଟ୍ରୋଲିଂ କୁ କଡ଼ାକଡ଼ି କରାଯାଇଥିଲା

Leave A Reply