କୋଣାର୍କ : ଗତ ୩ଦିନ ତଳୁ ସୂର୍ଯ୍ୟ ମନ୍ଦିର ବେଢ଼ା ପାର୍ଶ୍ଵ ରୁ ଏକ ପୂରାତନ ବାଲିବନ୍ତ ରୁ ରାତାରାତି ଜେସିବି ଓ ୨୦ ଟି ଟ୍ରାକ୍ଟର ଲଗାଯାଇ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଜାଣତରେ ଜଣେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ର କର୍ମଚାରୀ ଶହଶହ ଟ୍ରିପ ବାଲି ସହ ମନ୍ଦିର ର ମୂଲ୍ୟବାନ କାରୁକାର୍ଯ୍ୟ ଭଗନ୍ନ ପଥର ଉଭାନ କରିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ତହସିଲି ଦାର ପ୍ରେମାଂଶୁ ଚାନ୍ଦ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଘଟଣାର ସତ୍ୟତା ଉପଲବ୍ଧ କରି କଣ ପାଇଁ କେଉଁ ଉଦ୍ଦେଶ୍ୟ ରେ ବାଲି ବନ୍ତ ରୁ ବାଲି ଯାଇଛି ତାହାର ଜବାବ ଏଏସଆଇ ଲିଖିତ ଆକାର ରେ ଦେବାପାଇଁ ସ୍ଥାନୀୟ ଏ ଏସ ଆଇ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ ମାଗିଛନ୍ତି।
ସ୍ଥାନୀୟ ଆର ଆଇ ସତ୍ୟବାଦୀ ଚିନ୍ନରାଙ୍କ ସହିତ ତହସିଲଦାର ଶ୍ରୀ ଚାନ୍ଦ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ରେ ବାଲି ଉଭାନ ହୋଇଥିବା ସ୍ଥାନରେ ପହଞ୍ଚି ମପାଚୁପା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।ବାଲି କେମିତି ଗଲା,କିଏ ନେଲା,କାହା ନିର୍ଦ୍ଦେଶ ଏପରି ଘଟଣା ଘଟିଲା ତାର ତଦନ୍ତ କରିବା ଲାଗି କୋଣାର୍କ ଅଞ୍ଚଳ ବାସି ଙ୍କ ପକ୍ଷରୁ ଦାବି କରା ଯାଇଥିବାବେଳେ କୋଣାର୍କ ଥାନାରେ ଦୁଇ ଗୋଟି ସଂଗଠନ ପକ୍ଷରୁ ଯଥାକ୍ରମେ ସୁବାସ ଚନ୍ଦ୍ର ନାୟକ ଓ ଭାଗିରଥି ସ୍ଵାଇଁ ଙ୍କ ପକ୍ଷ ରୁଏତଲା ଦିଆଯାଇଛି ।
ଏଠାରେ ପ୍ରଶ୍ନ ଉଠେ ବିଭିନ୍ନ ସମୟରେ କୋଣାର୍କ ମନ୍ଦିର ରୁ ପଥର,ମୃର୍ତୀ, ସହ ଆଉ କେତେକ ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରି ଆସୁଥିବା ବେଳେ ସୂର୍ଯ୍ୟ ମନ୍ଦିର କିମ୍ବଦନ୍ତୀ ସହ ଜଡିତ ଥିବା ଏହି ସର୍ବ ପୁରାତନ ବାଲି ବନ୍ତରୁ ରାତା ରାତି ଶହଶହ ଟ୍ରିପି ବାଲି ସ୍ଥାନୀୟ ଏଏସଆଇ ଜାଣତରେ ଚାଲାଣ ହେବା ଘଟଣା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ ଙ୍କ କୋଣାର୍କ ମନ୍ଦିର ସୁରକ୍ଷା ପ୍ରତି କେତେ ଦରଦ ତାହା ସାଧାରଣରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛି ।