Odisha news

ସୂର୍ଯ୍ୟ ମନ୍ଦିର ଅନଲାଇନ ଟିକେଟରେ କଳା ବଜାରୀ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

0
କୋଣାର୍କ : କୋଭିଡ଼ି ମହାମାରୀ ପାଇଁ ଦୀର୍ଘ ୯ମାସ କାଳ ସୂର୍ଯ୍ୟ ମନ୍ଦିର ବନ୍ଦ ଥିଲା।କିନ୍ତୁ ସରକାରଙ୍କ ତରଫରୁ କୋଭିଡ଼ି ଗାଇଡିଲାଇନି ଜାରି କରାଯାଇ ଗତ ସେପ୍ଟେମ୍ବର ୧ ତାରିଖରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକ ଙ୍କ ପାଇଁ ଖୋଲିଛନ୍ତି ।ଏହି ଗାଇଡିଲାଇନି ଅନୁଯାଇ ପ୍ରତ୍ୟେକ ପର୍ଯ୍ୟଟକ ମାସ୍କ ପରିଧାନ କରିବା ସହ ସମାନତା ରଖି  ଅନଲାଇନି ଟିକେଟ କରି ମନ୍ଦିର ଭିତରକୁ ପ୍ରବେଶ କରିବେ। ଯାହା ଦିନକରେ  ସର୍ବନିନ୍ମ ୨୫୦୦(ଅଢେଇ ହଜାର ) ପର୍ଯ୍ୟଟକ ଭିତରକୁ ଯାଇପାରିବେ ବୋଲି ନିର୍ଦ୍ଧେଶ ନାମା ଜାରିକରାଯାଇଛି ।
କିନ୍ତୁ ବର୍ତ୍ତମାନ ପର୍ଯ୍ୟଟକ ରୃତୁ ଚାଲିବା ସହ କୋଣାର୍କ ରେ ବିଭିନ୍ନ ଉତ୍ସଵ ହେଉଥିବାରୁ ଏଠାକୁ ପ୍ରତିଦିନ ୨୫୦୦ରୁ ଅଧିକ ପର୍ଯ୍ୟଟକ ଙ୍କ ଆଗମନ ହେଉଛି। ଏହାର ସୁଯୋଗ ନେଇ ଏଏସଆଇ ର କିଛି କର୍ମଚାରୀ ନିଦିଷ୍ଟ ନିଜ ଆୟତରେ ଥିବା ବେକ୍ତି ଙ୍କ ଜରିଆରେ ଅନଲାଇନି ଟିକେଟ କୁ କଳାବଜାରୀ କରି ପର୍ଯ୍ୟଟକ ଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ଯାହା ରବିବାର ଛୁଟି ଦିନ ଥିବାରୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରେ ଅଧିକ ପର୍ଯ୍ୟଟକ ସମାଗମ ହୋଇଥିଲା ।ଏହାର ସୁଯୋଗରେ  ଅନଲାଇନି ଟିକେଟ ସରି ଯାଇଥିବା କହି  ପର୍ଯ୍ୟଟକ ଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରୁ ବଞ୍ଚିତ କରାଯାଇଥିଲା ଏବଂ ଯେଉଁ ମାନେ ମନ୍ଦିର ଭିତରକୁ ଯାଉଥିଲେ ସେମାନଙ୍କ ଠାରୁ  ଟିକେଟ ର ମୂଲ୍ୟ ଠାରୁ କଳା ବଜାରୀ କରି ମୁଣ୍ଡ ପିଛା ୫୦ ଓ ୧୦୦ ଟଙ୍କା ଅଧିକ ମାତ୍ରାରେ ଆଦାୟ କରାଯାଇ ମନ୍ଦିରକୁ ଛଡାଯାଉଛି ବୋଲି  କଳା ବଜାର ର ଶିକାର ହୋଇଥିବା କଲିକତାରୁ ଆସିଥିବା ପର୍ଯ୍ୟଟକ ଅତି କ୍ଷୋଭ ର ସହ ପ୍ରକାଶ କରିଛନ୍ତି ।
ଏବଂ ଯେଉଁ ମାନେ କଳା ବଜାର କରୁଛନ୍ତି ସେମାନେ ଗହଳିକୁ ନିରୀକ୍ଷଣ କରି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅନଲାଇନି ଟିକେଟ ସରିଯାଇଥିବା   ଘୋଷଣା କରି ଏଭଳି କରୁଥିବା ଅଭିଯୋଗ ହେଉଛି। ଏହି କଳାବଜାରୀ  ସ୍ଥାନୀୟ ଏଏସଆଇ  ର କର୍ତ୍ତୃପକ୍ଷଙ୍କ ଜାଣତରେ ହେଉଥିବା ଏବଂ ସେମାନେ ଏହାର ଫାଇଦାରେ ପ୍ରତିଦିନ ହଜାର ହଜାର ଟଙ୍କା ରୋଜଗାର କରି ମଉଜ ମଜଲିସି କରୁଥିବା ଜଣାପଡୁଛି ।ଏପରିକି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସୁଥିବା ଭିଆଇପି ଓ ଭିଭିଆଇପି ମାନେ ମନ୍ଦିର ବୁଲି ନପାରି ଫେରି ଯାଉଛନ୍ତି। ଆଗକୁ ଚନ୍ଦ୍ରଭାଗା ବେଳାମାର୍ଗ ରେ ଇକୋରିଟ୍ରି ଉତ୍ସଵ ହେବାକୁ ଯାଉଛି ।ଯାହା ଦ୍ୱାରା କୋଣାର୍କ କୁ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଅଛି।ସେଥି ପାଇଁ ଅନଲାଇନି ଟିକେଟ ସମ୍ପୂର୍ଣ୍ଣ ବନ୍ଦ କରି  କୋଭିଡ଼ି କଟକଣା ମାଧ୍ୟମରେ  ଅଫଲାଇନି ଟିକେଟ କରିବା ସହ କଳା ବଜାରୀ ଉପରେ ରୋକ ଲଗାଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ଙ୍କୁ ସୁପାରିସି କରିବାକୁ କୋଣାର୍କ ଅଞ୍ଚଳର ବୁଦ୍ଧିଜିବୀମାନେ ଦାବିକରିଛନ୍ତି ।
Leave A Reply