କୋଣାର୍କ(ସଂଗ୍ରାମ ମହାପାତ୍ର ) : ଚତୁର୍ଥ ପର୍ଯ୍ୟାୟ ଲକଡାଉନୁରେ ପ୍ରଶାଶନ ର ପ୍ରଚାର ପ୍ରସାର ଓ ସଚେତନତା ଅଭାବରୁ କୋଣାର୍କ ଏନଏସିରେ ପଜେଟିଭି ବଢିବାରେ ଲାଗିଛି ।ଶନିବାର ଦିନ କୋଣାର୍କଏନ ଏ ସି ରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୨୦ଜଣ ଙ୍କର ପରୀକ୍ଷା ହୋଇଥିବା ସ୍ୱାବ ମଧ୍ୟରୁ ୧୨ଜଣ ଙ୍କ ପଜେଟିଭି ଆସିଥିବା ଜଣା ପଡ଼ିଛି ।ସମସ୍ତେ ଲୋକାଲଏବଂ ଆଗକୁ ଆହୁରି ପଜେଟିଭି ମାତ୍ରା ବଢ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି।
ଲୋକ ମାନେ ବିନା ମାସ୍କ ଓ ସମାନତା ନରଖି ମିଳା ମିଶା କରିବା ସହ ବଜାରରେ ଖୋଲମ ଖୋଲା ବୁଲାବୁଲି କରୁଥିବାରୁ ସଂକ୍ରମିତ ବଢିବାର ଆଶଙ୍କା ଦେଖାଦେଇଛି। ଯାହା ଅଞ୍ଚଳବାସୀ ଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଏଥି ପ୍ରତି ସ୍ଥାନୀୟ ପ୍ରଶାଶନ ତିଳେ ମାତ୍ର ହେୟ ଜ୍ଞାନ ନାହିଁ କହିଲେ ଚଳେ।।ଏନ ଏ ସି ଓ ପୋଲିସ ପ୍ରଶାଶନ ର କୋହଳ ମନୋଭାଵ ଯୋଗୁଁ କରୋନା ମହାମାରୀ କୋଣାର୍କ ଏନ ଏ ସିରେ ଆଗକୁ ବଢିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ଯାହା ସ୍ଥାନୀୟ ପ୍ରଶାସନ ର ମୁଣ୍ଡ ବ୍ୟଥାର କାରଣ ପାଲଟିବ।