Odisha news

ସାବଧାନ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ କରି ଅର୍ଥ ଲୁଟୁଛନ୍ତି ହ୍ୟାକର।

0

କୋଣାର୍କ (ସଂଗ୍ରାମ ମହାପାତ୍ର ):କୋଣାର୍କ ଓ ଏହାର ଆଖପାଖ ଅଂଚଚଳର ସ୍ଥାନୀୟ ଜନସାଧାରଣ ଓ ସରକାରୀ କର୍ମଚାରୀ ମାନଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଏବେ ହ୍ୟାକର ମାନେ ହ୍ୟାକ କରିଚାଲିଥିବାର ଥାନାରେ ଅଭିଯୋଗ ହୋଇଛି ।ଏହି ସାଇବର ହ୍ୟାକର ମାନେ ସୋସିଆଲ ମିଡ଼ିଆରେ ଥିବା ଫେସବୁକର ମେସେଞ୍ଜର କୁ ହ୍ୟାକ କରି ଲୋକଙ୍କ ସହିତ ଚାଟିଙ୍ଗ କରୁଛନ୍ତି ।ଚାଟିଙ୍ଗ ସମୟରେ ଅତି କୌଶଳକ୍ରମେ ନିଜ ଅସହାୟତା ପ୍ରତିପାଦିତ କରି ଲୋକଙ୍କ ଠାରୁ ଅର୍ଥ ଲୁଟୁଥିବାର ଜଣାପଡ଼ିଛି ।

କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଙ୍କ ଠାରୁ ଆରମ୍ଭ କରି କୋଣାର୍କ ଥାନା ଅଧିନ ଶିରୀପୁର ଗ୍ରାମର ଅମ୍ବିକା ପ୍ରସାଦ ରାଉତରାୟ, ପବିତ୍ର ରାଉତରାୟ, ଜୁଣେଇଁର ଦିପ୍ତିରଂଜନ ରାଉତରାୟଙ୍କ ଭଳି ଏକାଧିକ ଯୁବକଙ୍କ ଫେସବୁକ ଆଇଡ଼ି ହ୍ୟାକ କରି ଏହି ସାଇବର ଲୁଟେରା ସଂପୃକ୍ତ ବ୍ୟକ୍ତିଙ୍କ ସାଙ୍ଗମାନଙ୍କ ଠାରୁ ଫୋନ ପେ ଓ ଗୁଗୁଲ ପେରେ ଟଙ୍କା  ଲୁଟୁଥିବାରଥାନାରେ ଅଭିଯୋଗ ହୋଇଛି ।ଏସଂପର୍କରେ ଏକାଧିକ ଅଭିଯୋଗ ହେବାପରେ କୋଣାର୍କ ପୁଲିସ ପକ୍ଷରୁ ଏହାର ଛାନଭିନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାର ଥାନାଧିକାରୀ ରଂଜନ କୁମାର ମଲ୍ଲିକ କହିଛନ୍ତି ।ଏହି ସୂଚନା ମିଳିବା ପରେ ସୋସିଆଲ ମିଡ଼ିଆ ୟୁଜର ଙ୍କ ମନରେ ଛନକା ପଶିଛି ।

Nalco
Leave A Reply