୨୪ଘଣ୍ଟା ନପୁରୁଣୁ ୧୦୦ଟଙ୍କା ପାଇଁ ଫାର୍ସାରେ ବିଚ ରାସ୍ତାରେ ହାଣିଥିବା ମୁଖ୍ୟ ଦୁର୍ବୁତ୍ତ କୁ କାବୁକଲା କୋଣାର୍କ ପୋଲିସ।
କୋଣାର୍କ : କୋଣାର୍କର ଜଣେ କବାଡି ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି କୁ ଦୁଇଜଣ ନିଶାଡ଼ି ବିଚ ରାସ୍ତାରେ ଶୁକ୍ରବାର ଦିନ ଗୋଡ଼େଇଗୋଡ଼େଇ ହାଣିବା ଘଟଣା ରେ ମୁଖ୍ୟ ଆସାମୀକୁ ଗତକାଲି ବିମମ୍ବିତ ରାତ୍ରିରେ ଗିରଫ କରିଛି କୋଣାର୍କ ପୋଲିସ।ମିଳିଥିବା ସୂଚନା ମୁତାବକ . କୋଣାର୍କ ମାଉସୀ ମା ସାହିରେ ରହୁଥିବା ବଳରାମ ରାଉତ (ବଳିଆ )କୋଣାର୍କ ଅଂଚଳର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଯୁବକ ଅଟନ୍ତି ।ପୂର୍ବରୁ ବ୍ରାଉନସୁଗାର ବିକ୍ରି କରିବା ର ମାଷ୍ଟର ମାଇଣ୍ଡ ସହିତ ବିଭିନ୍ନ ଅପରାଧରେ ଲିପ୍ତ ହୋଇ ବଳିଆ ଅନେକ ଥର ଜେଲ ଯାଇଥିବାର ଜଣାପଡ଼ିଛି। କବାଡ଼ିଆ ବ୍ୟବସାୟ କରୁଥିବା କେଶବ ବେହେରା (ବାବୁ କବାଡ଼ିଆ ) ନାମକ ଜଣେ ବ୍ୟକ୍ତି କବାଡ଼ିଆ ସାମଗ୍ରୀ ନେଇ ଯାଉଥିବା ସମୟରେ ବଳିଆ ଓ ତାର ଜଣେ ସହଯୋଗୀ ତାଙ୍କୁ ୧୦୦ଟଙ୍କା ବଟି ମାଗିଥିଲେ ।
ଏଥିରେ କେଶବ ଅମଙ୍ଗ ହେବାରୁ ବଳିଆ ଓ ତାର ସହଯୋଗୀ କେଶବକୁ ବିଚ ରାସ୍ତାରେ ଫାର୍ସା ଓ ଭୁଜାଲିରେ ଗୋଡ଼େଇଗୋଡ଼େଇ ହାଣିଥିଲେ ।ଏହା ଦେଖି ଲୋକମାନେ ଏକତ୍ରିତ ଭାବେ ବଳିଆ କୁ କାବୁ କରିବାକୁ ଆସିବାରେ ବଳିଆ ଓ ତାର ସହଯୋଗୀ ସେଠାରୁ ଚମ୍ପଟ ମାରିଥିଲେ ।ଏସଂପର୍କରେ ଖବର ପାଇ କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ନିଜେ ଘଟଣାସ୍ଥଳରେ ପହଞ୍ଚି ବଳିଆକୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ବଳିଆର କୌଣସି ପତ୍ତା ମିଳିନଥିଲା ।କିନ୍ତୁ କୌଣସି ସୂତ୍ରରୁ ଖବର ପାଇ କୋଣାର୍କ ଥାନାଧିକାରୀ ବଳିଆ ମାଉସୀମା ସାହି ର କୋଠ ଘରେ ଅଛି ଜାଣିବାକୁ ପାଇ ତାକୁ ବିଳମ୍ବିତ ରାତ୍ରିରେ ଗିରଫ କରି ଥାନାରେ ଅଟକ ରଖି ପଚାରାଉଚାର ଜାରିରଖିଛନ୍ତି ଏବଂ ୧୦୮/୨୦ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ରବିବାରଦିନ ଆସାମିକୁ କୋଭିଡ଼ି ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ କହିବା ସହ ଅନ୍ୟ ସହଯୋଗୀ ଆସମୀକୁ ଖୁବ ଶୀଘ୍ର ଧରା ଯିବ ବୋଲି ସେ ପ୍ରକାଶ କରିଛନ୍ତି।